Related Stories
November 23, 2024
କେନ୍ଦ୍ରାପଡା– କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ରାପଡା ସହର ଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସରକାରୀ ଭାବେ ରେକର୍ଡ କରା ଯାଇଥିବା ବର୍ଷାର ପରିମାଣ କେନ୍ଦ୍ରାପଡା ବ୍ଲକରେ ସର୍ବାଧିକ ୧୧.୦ ମିମି ଥିବା ବେଳେ ମାର୍ଶାଘାଇ ବ୍ଲକରେ ୭.୦ ମିମି , ଡେରାବିଶ ବ୍ଲକରେ ୪.୦ ମିମି ଓ ପଟ୍ଟାମୁଣ୍ଡାଇ ବ୍ଲକରେ ୨.୦ ମିମି ବର୍ଷା ହୋଇଥିବା ରେକଡ କରା ଯାଇଛି । ତେବେ ହାରାହାରି ବର୍ଷାର ପରିମାଣ ୨.୬୭ ଥିବା ସରକାରୀ ଭାବେ ସୂଚନା ଦିଆ ଯାଇଛି । ଏହି ବର୍ଷାର ପ୍ରଭାବରେ କେନ୍ଦ୍ରାପଡା ସହରର ତଳିଆ ଅଂଚଳରେ ବର୍ଷାପାଣି ଜମି ରହି ବନୟାର ଭ୍ରମ ସୃଷ୍ଟି କରିଛି । କେତେକ ଯାଗାରେ ରାସ୍ତା ବୁଡି ଘରେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ରାସ୍ତା ଉପରେ ସାପ ଖେଳୁଥିବା ଦେଖିବାକୁ ମିଳିଛି । ତେବେ ଗୋବରୀ ନଦୀର ଜଳ ପ୍ରବାହ ତଳ ମୁଣ୍ଡରେ ବାଧା ପାଇଥିବା ବେଳେ ବର୍ଷା ତୁଳନାରେ ଜଳ ନିଷ୍କାସନ ହୋଇ ନପାରି ବଡ ବଡ କୋଠା ଭିତରେ ପାଣି ପଶିବା ସହ କଚ୍ଚାଘର ଗୁଡିକୁ ଭାଙ୍ଗି ଦେଇଥିବା ଜଣା ପଡିଛି ।