-
କରୋନା ମୁକାବିଲା ଚିନ୍ତା
ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢୁଥିବା କାରଣରୁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଏକ ଟେକ୍ନିକାଲ କମିଟି ଗଠନ କରିଛନ୍ତି । ରାଜ୍ୟର ୭ଟି ମେଡିକାଲ କଲେଜ ମଧ୍ୟରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗୀର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ୍, ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି ।
ସରକାରଙ୍କ ଦ୍ୱାରା ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ କରାଯାଇଥିବା ଏହି ଟେକ୍ନିକାଲ ଟିମ୍ ୩୦ଟି ଜିଲ୍ଲା ଗସ୍ତ କରି କରୋନା ଚିକିତ୍ସା ବ୍ୟବସ୍ଥା ତଦାରଖ କରିବେ ବୋଲି ସୂଚନା ରହିଛି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବୁଧବାର ଦିନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କୋଭିଡ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ଏହି ଟେକ୍ନିକାଲ କମିଟି ପରାମର୍ଶ ଦେବେ ।