ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୭୨ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ୪ ଜଣ. ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ, ଭୁବନେଶ୍ୱରରୁ ୨ ଜଣ ତଥା ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲାର ଜଣେ ୪୬ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ । ଭଦ୍ରକ ଜିଲ୍ଲାର ୩୦ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ କ୍ରନିକ କିଡନୀ ରୋଗରେ ପୀଡିତ ଥିଲେ ।
ସେହିପରି ଭୁବନେଶ୍ୱରର ଜଣେ ଜଣେ ୩୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୮୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ଅନ୍ୟ ଜଣେ ୭୩ ବର୍ଷ ବୟସ୍କ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଗଂଜାମ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ହିଁ ଅନ୍ୟ ଜଣେ ୫୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ଗଂଜାମ ଜିଲ୍ଲାର ହିଁ ଅନ୍ୟ ଜଣେ ୪୨୮ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ସୁୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଭାବେ ସୁନ୍ଦରଗଡ ଜିଲ୍ଲାର ହିଁ ଅନ୍ୟ ଜଣେ ୫୫ ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ ଓ ଡାଇବେଟିସରେ ପୀଡିତ ଥିଲେ ।