
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୨୪୨ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୫୪୯୮ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୫୬, ବାଲେଶ୍ୱର ଜିଲ୍ଲାରେ ୨୩୯୮, ବରଗଡ ଜିଲ୍ଲାରେ ୧୦୦୧, ଭଦ୍ରକ ଜିଲ୍ଲାରେ ୧୭୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୦୧୧ . ବୌ ଦ୍ଧ ଜିଲ୍ଲାରେ ୪୯୮, କଟକ ଜିଲ୍ଲାରେ ୪୪୬୯, ଦେବଗଡ ଜିଲ୍ଲାରେ ୧୩୭, ଢେଙ୍କାନାଳ ଜିଲ୍ଲାରେ ୯୮୪. ଗଜପତି ଜିଲ୍ଲାରେ ୨୪୩୫, ଜଗତସିଂହପୁର ଜିଲ୍ଲାରେ ୧୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୨୩୧୦, ଝାରସୁଗୁଡା ଜିଲ୍ଲାରେ ୫୮୪, କଳାହାଣ୍ଡି ଜିଲ୍ଲାରେ ୮୭୦, କନ୍ଧମାଳ ୧୫୯୦, କେନ୍ଦ୍ରାପଡା ଜିଲ୍ଲାରେ ୯୦୫, କେନ୍ଦୁଝର ଜିଲ୍ଲାରେ ୧୩୩୫, ଖୋର୍ଧା ଜିଲ୍ଲାରେ ୯୮୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୨୦୮୫ , ମାଲକାନଗିରି ଜିଲ୍ଲାରେ ୧୪୭୫, ମୟୁରଭଂଜ ଜିଲ୍ଲାରେ ୧୬୦୧. ନବରଙ୍ଗପୁର ଜିଲ୍ଲାରେ ୫୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୧୬୫୧, ନୂଆପଡା ଜିଲ୍ଲାରେ ୨୯୨ , ପୁରୀ ଜିଲ୍ଲାରେ ୨୧୩୫, ରାୟଗଡା ଜିଲ୍ଲାରେ ୨୫୫୭. ସମ୍ବଲପୁର ଜିଲ୍ଲାରେ ୧୬୦୦. ସୁବର୍ଣପୁର ଜିଲ୍ଲାରେ ୩୯୩ ଓ ସୁନ୍ଦରଗଡ ଜିଲ୍ଲାରେ ୩୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।