କେନ୍ଦୁଝର- କେନ୍ଦୁଝରରେ ଅସୁସ୍ଥ ମାଈ ହାତୀର ଚିକିତ୍ସା ତୃତୀୟ ଦିନରେ ପହଞ୍ଝିଲା । ଏକ ଅଭିଜ୍ଞ ଡାକ୍ତରୀ ଟିମ ଦ୍ୱାରା ଅସୁସ୍ଥ ହାତୀର ଚିକିତ୍ସା ଚାଲିଅଛି । ତଥାପି ଆଜି ସୁଦ୍ଧା ତାର ସ୍ୱାସ୍ଥର ବିଶେଷ କିଛି ଉନ୍ନତି ପରିଲିକ୍ଷିତ ହୋଇନାହିଁ । କେନ୍ଦୁଝର ଭୁୟାଁ ଜୁଆଙ୍ଗ ପୀଢ(ବିଜେପି) ରେଞ୍ଜର ଉପର ସୁମଠ ଗାଁ ନିକଟରେ ଶିନିବାର ଦିନ ଠାରୁ ଅସୁସ୍ଥ ହୋଇ ପଡି ରହିଥିବା ଗୋଟିଏ ମାଈ ହାତୀର ଚିକିତ୍ସା ଏକ ଡାକ୍ତରୀ ଟିମ ଦ୍ୱାରା ଜାରି ରିହଛି । ଶିମିଳଆପାଲ ରେ ରହୁଥିବା ଓ୍ୟାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ମୋବାଇଲ ୟୁନିଟର ସିନିଅର ଭେଟନାରୀ ଡାକ୍ତର ବନ୍ଦିତା ଦାଶ ଦୁଇଦିନ ଧରି ହାତୀଟିର ଚିକିତ୍ସା କରୁଛନ୍ତି । ଅସୁସ୍ଥ ହାତୀଟିର ଭୟଙ୍କର ରୋଗ ହୋଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି । ଚିକିତ୍ସା ପରେ ହାତୀଟିର ସ୍ୱାସ୍ଥ ରେ ସାମାନ୍ୟ ଉନ୍ନତି ଆସିଥିବା କଥା କହିଥିଲେ ସୁଦ୍ଧା ଜଙ୍ଗଲି ଜନ୍ତୁ ହାତୀଙ୍କର ସ୍ୱାସ୍ଥ୍ୟ ବିଷୟରେ ଆଗକୁ କଣ ହେବ କହି ହେବ ନାହିଁ ବୋଲି କହିଛନ୍ତି । ହେଲେ ଅସୁସ୍ଥ ହାତୀଟି ଆଜି କିଛି ଖାଦ୍ୟ ଖାଇବା ସହ ପାଣି ମଧ୍ୟ ପିଇଥିବା ସୁଚନା ମିଳିଛି । ଅସୁସ୍ଥ ହାତୀଟିକୁ ସୁସ୍ଥ କରିବା ପାଇ ବନ ବିଭାଗ ଓ ଭେଟନାରୀ ଡାକ୍ତରଙ୍କ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି ।
Related Stories
November 24, 2024
November 24, 2024