ବ୍ରହ୍ମପୁର: କୋଭିଡ୍-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି କୋଭିଡ୍ର ସ୍ଥିତିକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏଥିଲାଗି ସହଯୋଗ କରନ୍ତୁ ଏବଂ ଜରୁରୀକାଳୀନ କାର୍ଯ୍ୟ ନଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ ଅଧିକ ସଂକ୍ରମଣ ବନ୍ଦ କରିବା ପାଇଁ ଆପଣଙ୍କର ସହଯୋଗ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ଦୋକାନୀଙ୍କୁ ପଞ୍ଚସୂତ୍ରକୁ କଠୋର ଭାବରେ ଅନୁସରଣ କରିବାକୁ ପଡିବ ।
Related Stories
November 28, 2024