କେନ୍ଦୁଝର – ଆଗାମୀ ଅକ୍ଟୋବର ୨ ତାରିଖ ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଗାନ୍ଧୀଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖ ପ୍ରତ୍ୟୁଷ ଘ୪.୩୦ମି. ସମୟରେ ଡାକବାଜୀ ଯନ୍ତ୍ର ଯୋଗେ ସହରରେ ରାମଧୂନ ପ୍ରସାରଣ କରାଯିବ । ସକାଳ ୮ଘଟିକା ରୁ ଘ୮.୨୦ମି. ମଧ୍ୟରେ ମାନ୍ୟଗଣ୍ୟ ଅତିଥିମାନଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏବଂ ନଗର ଭବନ ନିକଟରେ ଅବସ୍ଥାପିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ । ସକାଳ ଘ୮.୧୦ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱଛତା , ଅହିଂସା, ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ, ଫିଟ୍ ଇଣ୍ଡିଆ ଅଭିଯାନ ସମ୍ପର୍କିତ ଶୋଭାଯାତ୍ରାର ଶୁଭାରମ୍ଭ କରାଯିବ । ସକାଳ ଘ୮.୨୫ମି. ସମୟରୁ ନଗର ଭବନଠାରେ ସର୍ବଧର୍ମ ପ୍ରାର୍ଥନା ସଭା, ସାଧାରଣ ସଭା ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଟିତ ହେବ । ପୂର୍ବାହ୍ନ ୧୧ ଘଟିକା ସମୟରେ ଡି.ଏନ୍. ହାଇସ୍କୁଲଠାରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ପ୍ରଦର୍ଶନୀ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଶୁଭାରମ୍ଭ କରାଯିବ । ମଧ୍ୟାହ୍ନ ୧୨ଘଟିକା ସମୟରେ ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ଗ୍ରାମରେ ର୍କଳା ଗ୍ରାମ ର୍ର ଶୁଭାରମ୍ଭ କରାଯିବ । ଅପରାହ୍ନ ୫ ଘଟିକା ସମୟରେ ଡି.ଏନ୍ ହାଇସ୍କୁଲଠାରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ । ଅପରାହ୍ନ ଘ.୫.୩୦ମି. ସମୟରେ ନଗର ଭବନଠାରେ ଗାନ୍ଧିଜୀଙ୍କ ସମ୍ପର୍କିିତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି । ଅକ୍ଟୋବର ୩ ତାରିଖ ପୂର୍ବାହ୍ନ ଘ୧୦.୩୦ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ସମ୍ପର୍କିତ ପୁସ୍ତକ ଓ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ କରାଯିବ । ସୁନାମଧନ୍ୟ ସଂଗ୍ରାହକ ସୁଜିତ୍ ପଟ୍ଟନାୟକଙ୍କ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଜିଲ୍ଲାସ୍ତରୀୟ ସମାରୋହର ସୁ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଉକ୍ତ ସମାରୋହର ସୁ ଆୟୋଜନ ଓ ପରିଚାଳନା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଉତମ ସମନ୍ୱୟ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ଠାକରେ ନିର୍ଦ୍ଦେଶ ଦେଇଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇ ସମାରୋହକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।