୧୯୬୩ ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ବର୍ତମାନ ବିହାରର ରୁରକି ଆଇଆଇଟିର ଭୂତତ୍ୱ ବିଭାଗରେ ପଫେସର ଭାବେ କାର୍ଯ୍ୟ କରୁଛନ୍ତି । ମୁମ୍ବାଇ ଆଇଆଇଟିରୁ ଆପଲାଏଡ୍ ଜିଓଲୋଜିରେ ଏମଏସସି ପରେ ପ୍ରଫେସର ଚକ୍ରପାଣି ଜେଏନୟୁ ରୁ ୧୯୮୮ରେ ଏନଭରମେଂଟାଲ ସାଇନ୍ସ ରେ ଏମଫିଲ୍ ଓ ୧୯୯୧ରେ ପିଏଚଡି କରିଛନ୍ତି । ସେହିପରି ୟୁଏଏସ୍ ଦିଲୱାର ୟୁନିଭରସିଟିରୁ ମେରାଇନ୍ ସାଇନ୍ସେସ୍ ରେ ପୋଷ୍ଟ ଡକ୍ଟରାଲ କରିଛନ୍ତି । ୨୭ ବର୍ଷର ଶିକ୍ଷାଗତ ଅଭିଜ୍ଞତା ଥିବା ପ୍ରଫେସର ଚକ୍ରପାଣିଙ୍କ ଅଧୀନରେ ୧୪ ଜଣ ପିଏଚଡି କରିଛନ୍ତି ।
ଅପରପକ୍ଷରେ ୧୯୬୦ ଅକ୍ଟୋବର ୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ହରିହର ହୋତା ବର୍ତମାନ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟରୁ ସେ ଉଭୟ ଆଚାର୍ଯ୍ୟ (ଏମଏ) ଓ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ପଂଜାବ ଟେକ୍ନିକାଲ ୟୁନିଭରସିଟିରୁ ଏମବିଏ କରିଛନ୍ତି । ସେ ୧୮ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ତାଙ୍କ ଅଧୀନରେ ୧୫ ଜଣ ଛାତ୍ରଛାତ୍ରୀ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।