ମାଲକାନଗିରି-ବିଳମ୍ବରେ ହେଲେ ମଧ୍ୟ ଗ୍ରାମାଅଞ୍ଚଳର ପିଲା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍ ଲାଇନ ଶିକ୍ଷାର ବିକଳ୍ପ ଭାବେ ‘ଶିକ୍ଷା ସମ୍ପର୍କ’ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସାମାଜିକ ସଂଗଠନ ଶ୍ରମଜୀଵି ଓ ମହିଳା ଶ୍ରମଜୀଵି ସଙ୍ଗଠନ, ମାଲକାନଗିରି ର ସଦସ୍ୟ ମାନେ ଏହାକୁ ସ୍ଵାଗତ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ‘ଶିକ୍ଷା ସମ୍ପର୍କ’ ଯୋଜନା ବିଷୟରେ ସୂଚନା ଦେଇ ଗଣମାଧ୍ୟମ କୁ କହିଥିଲେ ଯେ ରାଜ୍ୟ ର ମୋଟ ୬୦ ଲକ୍ଷ ସ୍କୁଲ ଛ ଛାତ୍ରୀ ମାନକଙ୍କ ମଧ୍ୟରୁ କେବଳ ୨୨ ଲକ୍ଷ ପିଲା ଅନଲାଇନ ଶିକ୍ଷା ର ସୁଯୋଗ ପାଉଛନ୍ତି । ତେଣୁ ଯେଉଁ ପିଲାମାନଙ୍କ ପାଖରେ ଅନଲାଇନ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ସାଧନ ନାହିଁ, ସେମାନେ ଏବେ ଏହି ଯୋଜନା ରେ ନିଜ ଘର ପାଖରେ ରହି ଶିକ୍ଷା ପାଇ ପାରିବେ । ମନ୍ତ୍ରୀ ଶ୍ରୀ ଦାଶ ଙ୍କ ତଥ୍ୟ ଅନୁସାରେ ଲକଡାଉନ ଯୋଗୁଁ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ରହିଥିବା ବେଳେ ଶିକ୍ଷକ ମାନେ ଏଣିକି ଗାଁ କୁ ଯାଇ ପିଲା ମାନଙ୍କୁ ପାଠ ପଢେଇବେ । ଯୋଜନା ମୁତାବକ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ ସର୍ବାଧିକ ୧୦ ଜଣ ପିଲା ଏବଂ ନବମ ଏବଂ ଦଶମ ଶ୍ରେଣୀ ରେ ସର୍ବାଧିକ ୨୫ ଜଣ ପିଲା ଗୋଟିଏ ସ୍ଥାନରେ ଏକାବେଳେ ପାଠ ପଢିପାରିବେ ଏବଂ ଏହି ପ୍ରକ୍ରିୟାରେ କୋଭିଡ-୧୯ ଅନ୍ତର୍ଗତ ଶାରୀରିକ ଦୂରତା, ସାନିଟାଇଜର ର ବ୍ୟବହାର ଏବଂ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରାଯିବ । ସାମାଜିକ ସଂଗଠନ ଶ୍ରମଜୀଵି ଓ ମହିଳା ଶ୍ରମଜୀଵି ସଙ୍ଗଠନ, ମାଲକାନଗିରି ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ କୁ ସ୍ଵାଗତ କରାଯାଇଛି। ଆମର ଯଥୋଚିତ ଦାବୀକୁ ସରକାର ଗ୍ରହଣ କରି “ଶିକ୍ଷା ସମ୍ପର୍କ” ଯୋଜନା ଘୋଷଣା କରିଥିବାରୁ ଆମେ ସ୍ଵାଗତ କରୁଛୁ ବୋଲି ଶ୍ରମଜୀଵି ଓ ମହିଳା ଶ୍ରମଜୀଵି ସଙ୍ଗଠନ ର ଜିଲ୍ଲା ସଭାପତି ଘାସିରାମ ଗୁଟା,ମଞ୍ଚ ର କର୍ମୀ ମୁକୁନ୍ଦ ମାଡ଼କାମି, ସମେ ପଡିଆମି,ସୁଭଶ୍ରୀ ମାଢୀ, ରାମ ବଡନାୟକ, ମଦନ ହନ୍ତାଳ, ସିତାରାମ ଦୁରୁଆ,ଲଛିମ ଝୀଗିଡି, ଵୁଟିକି ଵେହେରା,ଶ୍ରିନୁ ସାଲବମ,ତୀତେନ୍ଦ୍ର ଖୀଲ ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ତତ ସହିତ ଯଥାଶୀଘ୍ର ଶିକ୍ଷାରେ ଦୁର୍ବଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତିକାର ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ଏବଂ ଅସଜଡା ବିଦ୍ୟାଳୟ ଭିତ୍ତିଭୂମି କୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ମଧ୍ୟ ସଂଗଠନ ର ପ୍ରତିନିଧି ମାନେ ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ, ଏହି ସଂଗଠନ ମାନଙ୍କ ପକ୍ଷରୁ ମିଳିତ ଭାବେ ଗତ ମାସେ ହେଲା ଜାତୀୟ ଅଭିଯାନ “ହମାରି ମାଙ୍ଗ : ଆଚ୍ଛା ସ୍କୁଲ, ସୁଧାରାତ୍ମକ ଶିକ୍ଷା” ମାଧ୍ୟମରେ ଅନଲାଇନ ର ବିକଳ୍ପ ଶିକ୍ଷା ବ୍ୟବସ୍ଥା କୁ ଆପଣେଇବା, ଶିକ୍ଷା ରେ ଦୁର୍ବଳ ଶ୍ରେଣୀ ର ପିଲାମାନଙ୍କ ପାଇଁ ପ୍ରତିକାର ମୂଳକ ଶିକ୍ଷାବ୍ୟବସ୍ଥା ଗ୍ରହଣ କରିବା ଏବଂ ଅସଜଡା ବିଦ୍ୟାଳୟ ଭିତ୍ତିଭୂମି କୁ ସଜାଡିବା ପାଇଁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ , ଶିକ୍ଷା ମନ୍ତ୍ରୀ ଏବଂ ଅନ୍ଯାନ୍ଯ ନୀତି ପ୍ରଣୟନକାରୀ ମାନଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଅବଗତ କରାଯାଇଥିଲା ।
Related Stories
November 23, 2024