ସେହି ସମୟରେ ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୫୮୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍ ମଧ୍ୟରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୨ ହଜାର ୯୫୦ ଘନଫୁଟ୍ ଜଳ ନିଷ୍କାସନ ହେଉଛି । ବର୍ତମାନ ଡ୍ୟାମ୍ ର ଜଳସ୍ତର ୬୧୫.୯୫ ଫୁଟ୍ ରହିଛି । ବନ୍ଧର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି । ଉପର ମୁଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଥିଲା । ଏହାକୁ ନିୟନ୍ତ୍ରିତ କରିବା ପାଇଁ ଅଧିକ ଗେଟ୍ ଖୋଲାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରୀ ରହିଥିବା ବେଳେ ଗତକାଲି ରାତି ୯ଟାରେ ଆଉ ଦୁଇଟି ଗେଟ୍ ଖୋଲିଛି । ଫଳରେ ଏବେ ମୋଟ୍ ୨୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରୀ ରହିଛି ।