ଖୋର୍ଦ୍ଧା- ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବାଲୁଗାଁ ରେଞ୍ଜ୍ ର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନା । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭୟଙ୍କ ୫ଟି ସ୍ଥାନରେ ଥିବା ଘର ଓ ସମ୍ପର୍କିୟଙ୍କ ଘରେ ଆଜି ସକାଳୁ ଏକ ସଙ୍ଗେ ଚଢ଼ଉ ଜାରୀ ରହିଛି । ଭୁବନେଶ୍ୱରର ଦୁଇଟି ସ୍ଥାନ, କେନ୍ଦ୍ରାପଡ଼ା ସ୍ଥିତ ଶ୍ୱଶୁର ଘର, କଟକ ସ୍ଥିତ ମହୁମାଛି ଗଳି, ହିନ୍ଦୋଳକୋଠି, ତୁଳସୀପୁରସ୍ଥିତ ବାସଭବନ ଓ ବାଲୁଗାଁ ସ୍ଥିତ ସରକାରୀ ବାସଭବନରେ ଏକକାଳୀନ ଏହି ଚଢ଼ଉ ଜାରୀ ରହିଥିବା ସୂଚନା ମିଳିଛି । ତେବେ ଚଢ଼ଉ ଜାରୀ ରହିଥିବାରୁ ଜବତ ସମ୍ପତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 22, 2024