
ବାରିପଦା– ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଠାରୁ ପ୍ରାୟ ୮୦୦ ମିଟର ଦୂରରେ ବଜାର ମଧ୍ୟରେ ଥିବା ଏସବିଆଇ ଏଟିଏମକୁ ଗ୍ୟାସ୍ କଟର ରେ କାଟି ଟଙ୍କା ଲୁଟ୍ ଉଦ୍ୟମ କରିବା ଏବଂ ଏଥିରେ ଦୁର୍ବୃତ ମାନେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏଟିଏମ୍ ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ପୂର୍ବାହ୍ନ ୧୧ଟା ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ । ଉଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତକାଲି ସପ୍ତାହନ୍ତ ସଟ୍ ଡାଉନ୍ ଥିବା ସତ୍ୱେ କିପରି ଏତେ ବଡ଼ ଅଘଟଣ ଘଟିଲା ତାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ ।