-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୨୪୬ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୫୨୫୬ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୩୬, ବାଲେଶ୍ୱର ଜିଲ୍ଲାରେ ୨୨୪୮, ବରଗଡ ଜିଲ୍ଲାରେ ୯୩୪, ଭଦ୍ରକ ଜିଲ୍ଲାରେ ୧୬୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୦୧୦ . ବୌ ଦ୍ଧ ଜିଲ୍ଲାରେ ୪୮୨, କଟକ ଜିଲ୍ଲାରେ ୪୨୪୭, ଦେବଗଡ ଜିଲ୍ଲାରେ ୧୩୭, ଢେଙ୍କାନାଳ ଜିଲ୍ଲାରେ ୯୫୯. ଗଜପତି ଜିଲ୍ଲାରେ ୨୩୯୯, ଜଗତସିଂହପୁର ଜିଲ୍ଲାରେ ୧୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୨୨୧୫, ଝାରସୁଗୁଡା ଜିଲ୍ଲାରେ ୫୬୬, କଳାହାଣ୍ଡି ଜିଲ୍ଲାରେ ୮୨୮, କନ୍ଧମାଳ ୧୫୬୦, କେନ୍ଦ୍ରାପଡା ଜିଲ୍ଲାରେ ୮୯୫, କେନ୍ଦୁଝର ଜିଲ୍ଲାରେ ୧୨୮୨, ଖୋର୍ଧା ଜିଲ୍ଲାରେ ୮୩୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୯୯୩ , ମାଲକାନଗିରି ଜିଲ୍ଲାରେ ୧୪୦୨, ମୟୁରଭଂଜ ଜିଲ୍ଲାରେ ୧୪୮୪. ନବରଙ୍ଗପୁର ଜିଲ୍ଲାରେ ୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୧୬୪୦, ନୂଆପଡା ଜିଲ୍ଲାରେ ୨୮୬ , ପୁରୀ ଜିଲ୍ଲାରେ ୧୯୦୦, ରାୟଗଡା ଜିଲ୍ଲାରେ ୨୩୪୬. ସମ୍ବଲପୁର ଜିଲ୍ଲାରେ ୧୫୩୪. ସୁବର୍ଣପୁର ଜିଲ୍ଲାରେ ୩୬୭ ଓ ସୁନ୍ଦରଗଡ ଜିଲ୍ଲାରେ ୩୩୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।