
ଭୁବନେଶ୍ୱର – ବ୍ରହ୍ମପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଗତ ୧୮୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ଏହି ସମୟ ମଧ୍ୟରେ ୫୩ ଲିଟର ମଦ ଜବତ କରା ଯାଇଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୧୫୬ ଜଣଙ୍କ ଠାରୁ ଜୋରିମାନା
ଭୁବନେଶ୍ୱର– କମିଶନରେଟ ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ କଟକରେ ଗତ ୧୫୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ସେହିପରି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଅଭିଯୋଗରେ ୪୫୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ଗତ ୨୪ ଘଂଟାରେ ୧୧ଟି ମାମଲା ରୁଜୁ
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ମୋଟ ୧୧ଟି ମାମଲା ରୁଜୁ କରା ଯାଇଛି । ଏଗୁଡିକୁ ମଧ୍ୟରୁ ୯ଟି ମାମଲା ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ହୋଇଥିବା ବେଳେ ୨ଟି ଅନ୍ୟ ମାମଲା ରହିଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।