

Related Stories
May 6, 2025
ବ୍ରହ୍ମପୁର: ଗତ ୫ମାସଧରି କରୋନା ସଂକ୍ରମିତଜନୀତ କଟକଣା ଯୋଗୁ ରେଶମ ସହର ବ୍ରହ୍ମପୁରରେ ଲଗାତାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି । ଏହା ଫଳରେ ଛୋଟ ଛୋଟ ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହ ପରିବାର ଚଳାଇବାରେ ବହୁ ଅସୁବିଧା ହେଉଛି । ସହରର ବିଭିନ୍ନ ଅଞ୍ଚଳରେ ବିଏମ୍ସି ଠାରୁ ଭଡା ସୂତ୍ରରେ ଦୋକାନ ଘର ନେଇ ବ୍ୟବସାୟକରି ଆସୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ବର୍ତ୍ତମାନ ପରିସ୍ଥିତିରେ ପୌର ସଂସ୍ଥାକୁ ମାସିକ ଭଡାଦେବା ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ଅଟନ୍ତି । ଅନ୍ୟପକ୍ଷରେ ବିଏମ୍ସି କର୍ତ୍ତୃପକ୍ଷ ପ୍ରତିବର୍ଷ ୧୦ରୁ ୨୦ପ୍ରତିଶତ ଭଡା ବୃଦ୍ଧି କରୁଛନ୍ତି । ବର୍ତ୍ତମାନ ସମୟରେ ବୋଝ ଉପରେ ଲଳିତାବିଡା ସଦୃଶ୍ୟ ହେଉଛି । ତେଣୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ ସହ କରୋନା ସ୍ଥିତି ସୁଧୁରିବା ଯାଏଁ ଦୋକାନ ଭଡା ଛାଡ କରିବା ପାଇଁ ନିବେଦନ କରାଯାଇଛି । ଏହାସହ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଦୋକାନ ଗୃହ ଭଡା ବୃଦ୍ଧିିକୁ ମଧ୍ୟ ବନ୍ଦ କରିବା ପାଇଁ ଦାବି କରାଯାଇଛି । ତେଣୁ ଏହାକୁ ବିଚାରକରି ଛୋଟ ଛୋଟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ପଦକ୍ଷେପ ନିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡା କହିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।