ମାଲକାନଗିରି -ଚି ତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ରଦୁଇ ଟି ଗାଈ ଓ ବାଛୁରୀ ଲଗାଣ ବର୍ଷା ସମୟରେ ଘାସ ଖାଇବାକୁ ଚରୁ ଚରୁ ଏଗାର କେଭି ବିଦୂତ ଷ୍ଟେସନ ଭିତରେ ବିଦୂତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ମରିଥିବା ଦେଖା ଯାଇଛି । ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ବିଦ୍ୟୁତ େସନ, କଲୋନୀ ନିକଟରେ ଥିବା ୧ ୧ କେଭି ବିଦ୍ୟୁତ ଷ୍ଟେସନ ରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ସାଉଥ କୋ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଦୁଇଟି ଯାକ ବିଦୂତ ଷ୍ଟେସନ ରେ କୌଣସି ପାଚେରୀ ନିର୍ମାଣ କରାଯାଇ ନାହିଁ । ସବଷ୍ଟେସନ ଭିତରେ ବିଭିନ୍ନ ପ୍ରକାର ତାର ଏଣେ ତେଣେ ବିଛେଇ ହୋଇ ପଡିରହିଛି।ଫଳରେ ଗାଇ ଗୋରୁ ବିଭିନ୍ନ ସମୟରେ ଘାସ ଖାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ନଜିର ରହିଛି । ଗତକାଲି ସନ୍ଧ୍ୟା ରେ ଗୋଟିଏ ଗାଈ ଗୋଟିଏ ବାଛୁରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଭିତରେ ମରି ପଡିଥିବା ଦେଖା ଯାଇ ଥିଲା । ଉଭୟ ୩୩କେଭି ଓ ୧୧ କେଭି ସବ ଷ୍ଟେସନ ଚିତ୍ରକୋଣ୍ଡା ମୁଖ୍ୟରାସ୍ତା କୁ ଲାଗିକି ରହିଛି ।ଏହି ବିଦ୍ୟୁତ ଷ୍ଟେସନ ପାର୍ଶ୍ୱ ଦେଇ ସହ ସହ ଲୋକେ ବ୍ୟାଙ୍କ , ମେଡିକାଲ, ଓ ଛୋଟ ପିଲାମାନେ ସ୍କୁଲ କୁ ଯାଇଥାନ୍ତି। ସରକାରୀ ନିୟମ ଅନୁଯାୟୀ ବିଦ୍ୟୁତ ଷ୍ଟେସନ ଚାରିପାଖ ତାର ଜାଲି ରହିବା କଥା କିନ୍ତୁ ଦୁଇଟିଯାକ ସବଷ୍ଟେସନ ମେଲା ହୋଇ ପଡି ରହିଛି । କୌଣସି ମୁହୂର୍ତ୍ତରେ ଏଠାରେ ଯେ ବଡ ଧରଣର ଦୁର୍ଘଟଣା ନ ହେବ କିଛି କହିହେବ ନାହିଁ । ବହୁବାର ଏ ନେଇ ସାଉଥ କୋ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଆଜି ପର୍ଯନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସାଉଥ କୋ କର୍ମଚାରୀଙ୍କ ଏପରି ଦାଇତ୍ୱ ହୀନତା ଯୋଗୁ ଜୀବନ ହାରୁଛନ୍ତି ନିରୀହ ପ୍ରାଣୀ । ତୁରନ୍ତ ଏଥିପ୍ରତି କର୍ତ୍ତୃ ପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଇଛି।
Related Stories
November 23, 2024