ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି !ରାଜ୍ୟ ବିଜୁ ଜନତା ଦଳର ସୁପ୍ରିମ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ର ଅଧ୍ୟକ୍ଷ ଅରୁପ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ତଥା ଜିବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମର ମାଲକାନଗିରି ଜିଲ୍ଲା ସଂଯୋଜକ ଭାବରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀଙ୍କୁ ଦାୟିତ୍ବ ଅର୍ପଣକରି ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳ ରୂପାୟନ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା ବିଜୁ ଜନତା ଦଳ ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହିତ ଅନେକ ଅନେକ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି । ମାଲକାନଗିରିରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଓ ବନ୍ୟା ପରିସ୍ଥିତି ସମୟରେ ଓଡିଶା ମୋ ପରିବାର ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନସ ମାଡ଼କାମୀଙ୍କ ପ୍ରଚେଷ୍ଟାରେ ବିଜେଡି ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ପ୍ରତ୍ୟେକ ବ୍ଳକ ସଭାପତିଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯାଇ ପାରିଛି ! ଯାହା ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୁର୍ଣ୍ଣ ଚନ୍ଦ୍ର ବାକା ଓ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସଂପୂର୍ଣ୍ଣ ସହଯୋଗ ଯୋଗୁଁ ସମ୍ଭବ ହୋଇପାରିଛି । ଏହା ସହ ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥି ବେହେରାଙ୍କ ଦୃଢ ସମର୍ଥନ ଓ ସହଯୋଗରେ ଏହି ରକ୍ତ ଦାନ ଶିବିର ସଫଳ ହୋଇପାରିଛି । ମାଲକାନଗିରି ଜିଲ୍ଲାରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ ରକ୍ତ ଦାନ ଆନୁକୂଲ୍ୟରେ ୦୯/ ୦୮/ ୨୦ ଠାରୁ ୧୫/୦୮ /୨୦ ରିଖ ମଧ୍ୟରେ ମାଥିଲି ଠାରେ ୨୪ ୟୁନିଟ୍ ରକ୍ତ ସଂଗ୍ରହରେ ବନ୍ଧୁ ମୁଦୁଲି , ସରୋଜ କୁମାର ସାହୁ ଓ ସଞୟ ସାହୁଙ୍କ ପ୍ରଚେଷ୍ଟା ହୋଇଥିବାବେଳେ କୋରକୋଣ୍ଡା ରେ ୧୯ ୟୁନିଟ୍ ରକ୍ତ ସଂଗ୍ରହରେ ସତ୍ୟ ପାଣିଗ୍ରାହୀ ,ଉମା ଶଙ୍କର ସାହୁ ଓ ବଂଶିଧର ମୁଦୁଲି, କୁଡୁମୁଲୁଗୁମ୍ମାରେ ୩୦ ୟୁନିଟ୍ ରେ ସାଧୁ ହନ୍ତଳ,ଗୋପି ପାଙ୍ଗିଓ ଭଗବାନ ସାହୁ ,କାଲିମେଳା ଠାରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ଶରତ ଚନ୍ଦ୍ର ବିଶ୍ବାଳ,କାମେଶ୍ବର ପ୍ରଧାନ,ଶଙ୍କର ହାଲଦାର ଓ ସୁବ୍ରତ ସିଲ ,ପଡିଆ ବ୍ଳକରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ସି.ଏଚ୍. ରାବିଡ କୁମାର, ନକାଲ ରାଜୁ ,କେ .ମେସାକ ଓ ସିଙ୍ଗା ମାଡକାମି ,ଚିତ୍ରକୋଣ୍ଡାରେ ୦୭ ୟୁନିଟ୍ ହରିମୋହନ ଖିଲ,ପିତାମ୍ବର ଖେମୁଡୁ, ଅମିତ ଅଗ୍ରଵାଲ ,ମାଲକାନଗିରି ବ୍ଲକ ର ପାଣ୍ଡ୍ରିପାଣି ଠାରେ ୩୦ ୟୁନିଟ୍ ରକ୍ତ ସଂଗ୍ରହରେ ବିଭାଶୁଂ ସାମଲ ,ଦହନା ତାଙ୍ଗୁଲ, ଶିବ ଖେମୁଣ୍ଡୁ ,କାମେଶ୍ବର ରାଓ,ବାପି ଜେନାଙ୍କ ପ୍ରଚେଷ୍ଟା ରେ ଜିବନ ବିନ୍ଦୁ ରକ୍ତ ଦାନ ଶିବିର ବ୍ଳକ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ଜିଲ୍ଲାରୁ ମୋଟ ୧୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ମାନସ ମାଡ଼କାମୀଙ୍କ ପ୍ରଚେଷ୍ଟାରେ ଓ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ ଚନ୍ଦ୍ର ବାକାଙ୍କ ସମ୍ପୂର୍ଣ ସହଯୋଗ ଏବଂ ଜିଲ୍ଲା ମହିଳା ନେତ୍ରୀ ପଦ୍ମିନୀ ମୁଦୁଲି ,ପୁର୍ବତ୍ତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା,ପୂର୍ବତନ ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା, ଶରତ ଚନ୍ଦ୍ର ବୁରୁଦା ,ଯୁବ ନେତା ମହେଶ ବାକା ,ମାଲକାନଗିରି ବ୍ଳକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ,ପୁର୍ବତନ ସାଧାରଣ ସଂପାଦକ ପ୍ରୀତପଲ ସିଂ,ଆଇନଜୀବୀ ସଙ୍କର ଚନ୍ଦ୍ର ସାହା, ଲମ୍ବୋଦର ତୁରୁକ , ଡାନିଆଲ ପୋଟଲା , ପ୍ରମୁଖ ଉପସ୍ଥିତରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ।
Related Stories
November 23, 2024