
ମାଲକାନଗିରି-ଚିତ୍ରକୋଣ୍ଡା ଜଳଭଣ୍ଡାର ରେ ଗତ କିଛି ମାସ ହେବ ଜଳସ୍ତର ନିମ୍ନରେ ଥିବାବେଳେ ୬ ଦିନ ଧରି ଲାଗି ରହିଥିବା ଲାଗାଁ ବର୍ଷା ଯୋଗୁ ଧିରେ ଧିରେ ଜଳଭଣ୍ଡାର ରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି !ଜଳଭଣ୍ଡାର ର ସର୍ଵଚୋ ଜଳ ଧାରଣକ୍ଷମତା ୧ ୫ ୧ ୬ ଫୁଟ ଥିବାବେଳେ ବର୍ତମାନ ଜଳସ୍ତର 1480ଫୁଟ ରହିଛି !ବର୍ଷା ନ ହେବାପୂର୍ବରୁ ଜଳସ୍ତର 1459ଫୁଟ ଥିଲା !ଜଳଭଣ୍ଡାର ରେ ଜଳସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ମାଛ ଧରାଳୀ ଙ୍କୁ ଜଳଭଣ୍ଡାର ଭିତରକୁ ନଯିବା ପାଇଁ ବାରଣ କରାଯିବାସହ ଜଳଭଣ୍ଡାର କୂଳରେ ଥିବା ଗାଁଗୁଡିକର ଲୋକ ମାନଙ୍କୁ ସତର୍କ ରହିବାକୁ ଚିତ୍ରକୋଣ୍ଡା ମାଟି ବନ୍ଧ ଯୋଜନା ପକ୍ଷରୁ ସୂଚନା ଦିଆଯାଇଛି !