ନୂଆଦିଲ୍ଲୀ- ନୂଆଦିଲ୍ଲୀସ୍ଥିତ ସଂସଦ ଆନେକ୍ସି ବିଲ୍ଡିଂର ଷଷ୍ଠ ମହଲାରେ ସୋମବାର ସକାଳ ଅଚାନକ ନିଆଁ ଲାଗି ଯାଇଥିଲ।। ଏ ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ଦମକଳ ବିଭାଗର ସାତଟି ଗାଡି ସେଠାରେ ପହଂଚି କିଛି ମିନିଟ ମଧ୍ୟରେ ନିଆଁକୁ ଆୟତ କରିଥିଲେ । ଏହି ଘଟଣାରେ କାହାରି କ୍ଷତି ହେବାର କୌଣସି ସୂଚନା ନାହିଁ । ପ୍ରାଥମିକ ଜାଂଚରୁ ଜଣା ପଡିଛି ଯେ ଇଲେକ୍ଟ୍ରିକ ବୋର୍ଡରୁ ନିଆଁ ଲାଗିଛି । ଶଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରା ଯାଉଛି ।
ଦମକଳ ବିଭାଗର ନିର୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ସୋମବାର ଦିନ ୭.୩୦ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହା ପରେ ସେଠାରେ ଦମକଳ ବିଭାଗର୭ଟି ଗାଡି ସେଠାରେ ପହଂଚିଥିଲା ଓ କିଛି ସମୟ ମଧ୍ୟରେ ନିଆଁକୁ ଆୟତ କରା ଯାଇଥିଲା । ସେତେବେଳେ ସେଠାରେ କେହି ନ ଥିଲେ । ନିଆଁ ଲାଗିବାର କାରଣ ସମ୍ପର୍କରେ ଜାଂଚ କରା ଯାଉଥିବା ସେ ପ୍ରକାଶ କରିଛନ୍ତି ।