
ବାରିପଦା– ପିଆରଏମ୍ ମେଡିକାଲ କଲେଜ୍ ଏଣ୍ଡ୍ ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ଯୋଗାଣ ଅଭିଯୋଗ ହୋଇଛି । ରୋଗୀଙ୍କୁ ପାଣିଆ ଡାଲି, ସହିତ ନିମ୍ନମାନର କ୍ଷୀର ଆଦି ଦିଆଯାଉଥିବା ନେଇ ସାମାଜିକ ସଂଗଠନ ଯୁବ ସମାଜ, ମୟୂରଭଞ୍ଜ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ସଂଗଠନର କର୍ମକର୍ତ୍ତା ମାନେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ପକ୍ଷରୁ ଖାଦ୍ୟ ଦିଆଯାଉଥିବା ବେଳେ ଏହାର ମାନ ଯାଞ୍ଚ କରିଥିଲେ । ପରେ ସିଡିଏମଓଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା । ସିଡିଏମଓ ଘଟଣାସ୍ଥଳକୁ ଆସି ରୋଗୀଙ୍କ ପାଇଁ ଆସିଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ । ପିଆରଏମ୍ ଅଧୀକ୍ଷକ ଏନେଇ ତଦନ୍ତ କରିବେ ବୋଲି କହିଛନ୍ତି ।