
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୬ /୦୮/୨୦୨୦,ବିଶ୍ଵ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା ବାହାରି ପାରି ନଥିବା ବେଳେ, ଏହାକୁ ପ୍ରତିରୋଧ କରିବା ପାଇଁ ହୋମିଓପାଥ ଔଷଧକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପ୍ରତିରୋଧକ ଶକ୍ତି ବଦ୍ଧକ Arsenicum Album 30CH ଠାବ କରିଛି ଏବଂ ଏହାକୁ ରାଜ୍ୟ ସରକାର ମାନ୍ୟତା ଦେବା ସହ ଅନେକ ସ୍ଥାନରେ ପ୍ରୟୋଗ କରାଯାଇଛି । ଏହି ପ୍ରୟୋଗ ସର୍ବ ପ୍ରଥମ ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସେବକ ଓ କିଛି ସରକାରୀ କର୍ମିଙ୍କ ଉପରେ ପ୍ରୟୋଗ କରିବା ଦ୍ଵାରା ଏହାର ସୁଫଳ ଲକ୍ଷ କରାଯାଇଥିଲା । କିନ୍ତୁ ପୁରୀର ସାଧାରଣ ଜନତା ଏହି ସେବାରୁ ବଞ୍ଚିତ ଥିବା ସ୍ଥଳେ ଗତ ଜୁଲାଇ ୨୧ ତାରିଖରୁ ଭାରତ ବିକାଶ ପରିଷଦ ର ଶ୍ରୀଜଗନ୍ନାଥ ଧାମ ଶାଖା, ପୁରୀ – ସହରର ବିଭିନ୍ନ ସ୍ଥାନରେ ଯଥା ବାଙ୍କିମୁହାଣ, ବାସେଳିସାହି, ନୀଳଚକ୍ର ନଗର, କାଳିକା ଦେବୀ ସାହି,ଶ୍ରୀକ୍ଷେତ୍ର କଲୋନୀ, ହରିହର ନଗର, ବ୍ୟାଙ୍କ କଲୋନୀ, ସେନାପତି ବଗିଗୁ, ଚର୍ବବର୍ତ୍ତୀ ପାଟଣା, ଛପନ ଛକ, ଲୋକନାଥ ରୋଡ, ରାୟବାହାଦୁର ଲେନ୍, ବଳିଆପଣ୍ଡା, ଚୁଡଙ୍ଗ ସାହି, ଖବର କାଗଜ ବିତରକ ଏବଂ ମାକଣ୍ଡେଶ୍ବର ସାହି ଆଦି ସ୍ଥାନରେ ପ୍ରାୟ ୮୦୦୦ ପରିବାର ର ୩୨୦୦୦ ବାସିନ୍ଦାଙ୍କୁ ଏହି କରୋନା ପ୍ରତିରୋଧ ଶକ୍ତି ବଦ୍ଧକ ହୋମିଓପାଥ ଔଷଧ ନିଶୁକ୍ଳ ବଣ୍ଟନ କରିଛନ୍ତି ।ଆଜି ପରିଷଦର ବିଂଶତମ ସେବା ଶିବିର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀଙ୍କ ସଂଯୋଜନାରେ ମଦନମୋହନ ସାହିସ୍ଥିତ ଶ୍ରୀଚନ୍ଦ୍ରଶେଖର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉକ୍ତ ଅଞ୍ଚଳର ବାସିନ୍ଦାମାନଙ୍କର ଥର୍ମାଲସ୍ପିକିଂ କରାଯାଇ ୨୦୦ ପରିବାରରୁ ପ୍ରାୟ ୯୫୦ ଲୋକଙ୍କୁ ଏହି ସେବା ପ୍ରଦାନ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ପ୍ରତ୍ୟେକ ଶିବିରରେ କରୋନା ନିର୍ଦ୍ଦେଶନାମା ଅନୁଯାୟୀ ସାମାଜିକ ଦୂରତା, ମାସ୍କ ପରିଧାନ ଓ ହାତ ସଫେଇକୁ କଡାକଡ଼ି ଭାବେ ପାଳନ କରାଯାଇ ଏହି ସେବା ଶିବିର ଅନୁଷ୍ଠିତ ହେଉଅଛି । ଏହି ସେବା ଶିବିରକୁ ମୁଖ୍ୟତଃ ଭାରତ ବିକାଶ ପରିଷଦର ଶାଖା ସଚିବ ସୁପ୍ରୀତି ରଥ, ଅର୍ଥ ସଚିବ ଗୌରାଙ୍ଗ ମିଶ୍ର, ଜଗଦିଶ ଆଗର୍ଯ୍ୟ, ରାମଚନ୍ଦ୍ର ଦଳାଇ, ସୌମେନ୍ଦ୍ର ଦାସ, ଲାଲା ଅନନ୍ତ କୁମାର ସିଂ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଆଦି ପରିଋଳନା କରିଥିଲେ । ଆଜିର ଶିବିର ପରିଋଳନାରେ ସ୍ଥାନୀୟ ବାସିନ୍ଦା କାହ୍ନା ମହାନ୍ତି, ଜମ୍ବେଶ୍ବର ମହାନ୍ତି, ରମାକାନ୍ତ ମହାପାତ୍ର, ବିନାୟକ ସାବତ, ଲକ୍ଷ୍ମୀଧର ସାହୁ, ଗୌତମ ମଣ୍ଡଳ ଓ ରାମ ନାରାୟଣ ଗୁରୁ ଆଦି ସହଯୋଗ କରିଥିଲେ ।