

Related Stories
April 21, 2025
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ରେ ରବିବାର ଆଉଜଣେ କରୋନା ଯୋଦ୍ଧା ଭାଟକୁମରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି.କ୍ରିଷ୍ଣା(୪୫)ଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ôଚଛି । ସୂଚନାଯୋଗ୍ୟ ଯେ, ଡାକ୍ତର ବି.କ୍ରିଷ୍ଣା ଗତ ୪ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁ ଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ୍ ପରୀକ୍ଷା କରିଥିଲେ । ପରେ ରିପୋର୍ଟ ପଜିଟିଭ ଆସିବା ପରେ ଗତ ୫ତାରିଖରେ ଭୁବନେଶ୍ୱର କିମସ ହସ୍ପିଟାଲ୍ରେ ଚିକିତ୍ସାଧିନ ଥିବାବେଳେ ରବିବାର ଭୋରରୁ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଉଭୟ ଭାଟକୁମରଡା ଓ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋକର ଛାୟା ଖେଳିଯାଇଛି । ଡାକ୍ତର କ୍ରିଷ୍ଣାଙ୍କ ନିଜ ପୈତୃକ ଗ୍ରାମ ନାୟକପଲ୍ଲୀକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ପକ୍ଷରୁ ସମବେଦନା ଜଣାଯାଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, ରାଧାକୃଷ୍ଣ ସାବତଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତରହି ତାଙ୍କୁ ସମବେଦନା ଜଣାଇଥିଲେ ।