ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ମୋଟ ୫ଟି ମାମଲା ରୁଜୁ କରା ଯାଇଛି । ଏଗୁଡିକୁ ମଧ୍ୟରୁ ୪ଟି ମାମଲା ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ହୋଇଥିବା ବେଳେ ଦୁଇଟି ଅନ୍ୟ ମାମଲା ରହିଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
କଟକରେ ଗତ ୨୪ ଘଂଟା ମଧ୍ୟରେ ୮୮ଜଣ ମାସ୍କ ପିନ୍ଧି ନ ଥିବାରୁ ଜୋରିମାନା
ଭୁବନେଶ୍ୱର – କଟକରେ ଗତ ୨୪ ଘଂଟା ମଧ୍ୟରେ ୮୮ ଜଣ ମାସ୍କ ପିନ୍ଧି ନ ଥିବା କାରଣରୁ ଜୋରିମାନା ଆଦାୟ ହୋଇଛି । ସେହିପରି ଏହି ସମୟ ମଧ୍ୟରେ ୨୯୭ ଜଣ ସାମାଜିକ ଦୂରତ୍ୱ ନିୟମ ଅମାନ୍ୟ କରିଥିବା ନେଇ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୪୦ ଜଣଙ୍କ ଠାରୁ ଜୋରିମାନା
ଭୁବନେଶ୍ୱର – ବ୍ରହ୍ମପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଗତ ୪୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି । ଏହି ସମୟ ମଧ୍ୟରେ ବ୍ରହ୍ମପୁର ପୋଲିସ ୪୯ ଲିଟର ମଦ ଜବତ କରିଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା