
-
ବାଜପେୟୀଙ୍କ ବ୍ୟକ୍ତିତ୍ୱରେ ଶକ୍ତି ଓ ସୌହାର୍ଦ୍ୟର ଥିଲା ଅଦଭୁତ ସମନ୍ୱୟ – ରାଷ୍ଟ୍ରପତି
ନୂଆଦିଲ୍ଲୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବାର୍ଚୁଆଲ ମାଧ୍ୟମରେ ତାଙ୍କର ଚିତ୍ରର ଅନାବରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବାଜପେୟୀଙ୍କ ବ୍ୟକ୍ତିତ୍ୱରେ ଶକ୍ତି ଓ ସୌହାର୍ଦ୍ୟର ଅଦଭୁତ ସମନ୍ୱୟ ଥିଲା । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ଓ ଆଇସିସିଆରର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ମଧ୍ୟ ଉପସ୍ଥିତ ଥିଲେ ।
ରାଷ୍ଟ୍ରପତି ତାଙ୍କର ସମ୍ବୋଧନରେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସବୁବେଳେ ଦଳଗତ ରାଜନୀତିରୁ ଉର୍ଧରେ ଯାଇ ରାଷ୍ଟ୍ରହିତ ସର୍ବୋପରି ବୋଲି ମନେ କରୁଥିଲେ । ସେ ପଡୋଶୀ ଦେଶ ମାନଙ୍କ ସହିତ ମିତ୍ରତା ସଙ୍ଗେ ସଙ୍ଗେ ଭାରତକୁ ସାମରିକ ଶକ୍ତିସମ୍ପନ୍ନ ଭାବେ ଠିଆ କରିବାକୁ ଚାହୁଁଥିଲେ । ତାଙ୍କ ବ୍ୟକ୍ତିତ୍ୱରେ ଶକ୍ତି ଓ ସୌହାର୍ଦର ଅଦଭୁତ ସମନ୍ୱୟ ଥିଲା ।