ଜୟପାଟଣା – ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜୟପାଟଣା ସାହିତ୍ୟ ସଂସଦ ଆନୁକୁଲ୍ୟରେ କବି ଜଗଦିଶଶ୍ୱର ମୁଣ୍ଡଙ୍କ ଦ୍ୱାରା ରଚିତ ଲୁକ୍ ଲୁକୁନୀ କାବ୍ୟ ପୁସ୍ତିକାର ଲୋକାର୍ପଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୟପାଟଣା ସାହିତ୍ୟ ସଂସଦ ଓ କଲମପୁର ବାସନ୍ତୀ ସାହିତ୍ୟ ସଂସଦର କବିମାନଙ୍କୁ ନେଇ ଏକ କବିତା ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡିଆ ଭାଷାରେ ରଚିତ ଲୁକ୍ ଲୁକାନୀର ଲୋକାର୍ପଣ ଉତ୍ସବରେ ମୀନା ମୁଣ୍ଡ ଅଧ୍ୟକ୍ଷତା କରିଥିବା ବେଳେ ସୁବିତା ରତେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ମୁଖ୍ୟବକ୍ତା ଭାବରେ ଯୋଗଦେଇ ଲୁକ୍ ଲୁକାନ କଳାହାଣ୍ଡି ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ଏକ ଅନନ୍ୟ ଉପହାର ବୋଲି ଦର୍ଶାଇ ଥିଲେ । କାଳ୍ପିକ ସୁକାନ୍ତ କୁମାର ସାହୁ ଲୁକ୍ ଲୁକାନୀ ପୁସ୍ତିକା ସମ୍ପର୍କିତ ବକ୍ତବ୍ୟ ରଖିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ପୁସ୍ତିକାର ସମୀକ୍ଷା କରିଥିଲେ । ସାମ୍ବାଦିକ ଶେଷଦେବ ବେହେରା କବିତାମାନଙ୍କ ଉପରେ ନିଜର ମତ ରଖିଥିଲେ ।
ଆୟୋଜିତ ଏହି କବିତା ପାଠ ଉତ୍ସବରେ ବର୍ଷିଆନ କବି ରବୀନ୍ଦ୍ର ଖମାରୀ, ହରେକୃଷ୍ଣ ଦାସ, ପ୍ରଜାରଞ୍ଜନ ପଣ୍ଡା, ସତ୍ୟ ରାଜପୁତ, ଦୟାନିଧି ବାଣୁଆ, ଶିବ ମହାରଣାଙ୍କ ସମେତ ଅନେକ କବି ନିଜର କବିତା ପଠନ କରିଥିଲେ । ତୀର୍ଥରାଜ ଦଳପତି, ହେମନ୍ତ ମୁଣ୍ଡ, ଶଙ୍କର ଦୟାଲ ସିଂ ପ୍ରମୁଖ ସଂଯୋଜନା କରିଥିଲେ ।
Related Stories
November 24, 2024
November 24, 2024