
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖରିଡ଼ାପଦର ହରିଜନ ସାହିର ରଞ୍ଜିତା ନାୟକ ନାମ୍ନୀ ଜଣେ ବିବାହିତା ମହିଳା ଗ୍ରାମର ଶିବ ମନ୍ଦିର ନିକଟରେ ଝାଡ଼ୁ କରୁଥିବା ବେଳେ ତାଙ୍କୁ କାଠ ଫାଳିଆରେ ପିଟି ତାଙ୍କ ଦେଢ଼ଶୁର ହତ୍ୟା କରିଥିବା ଜଣାପଡିଛି । ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣା ପରେ ଅଭିଯୁକ୍ତ ଦେଢ଼ଶୁର ଫେରାର୍ ହୋଇଯାଇଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଆସିକା ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।