ସମ୍ବଲପୁର ତା ୧୫/୮ ସ୍ଥାନୀୟ ଶାନ୍ତିନଗର ସ୍ଥିତ ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡି ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଏଥିରେ ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦକ ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ସେ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଛି | ଦେଶ ମାତୃକା’ର ସୀମାକୁ ଆମ ବୀର ଯୋଦ୍ଧା ଜଗି ରହି ଥିବା ବେଳେ ଦେଶରେ କୋରନା ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ଅନେକ କୋରନା ଯୋଦ୍ଧା କାର୍ଯ୍ୟ କରୁଛନ୍ତି | ସେମାନଙ୍କୁ ଆମେ ଉତ୍ସାହିତ କରିବା ସହ ନିଜେ ସତର୍କ ଓ ସଜାଗ ରହିବା | ସ୍ୱାଧୀନତା ପ୍ରାପ୍ତି ପାଇଁ ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ | ଏହାପରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେଓ ବୁନ୍ଦି ବଣ୍ଟନ କରାଯାଇଥିଲା | ଏଥିରେ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ର।ଣ ମିଶ୍ର, ଡ଼.ପ୍ରମୋଦ ରଥ , ରାଜ୍ୟ ପରିଷଦ ସଭ୍ୟ ହୀରାଲାଲ ବେହେରା, ମହାନଗର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ,ବାମଦେବ ଷଡ଼ଙ୍ଗୀ , ଗୁରୁଃଜିନ୍ଦର କାଉର ଡିଙ୍ଗରା , ହୀରାକୁଦ ମହିଳା ସଭାପତି ରେଣୁବାଲା ମରେଇ, ଦେବାଶିଷ ନନ୍ଦ, ସତ୍ର୍ୟେନ୍ଦ୍ର ଦାଶ, ଦୁଲାଲ ରାୟ,ବୁଲୁ ତ୍ରିପାଠୀ, ହେରମ୍ବ ଚନ୍ଦ୍ର ଦାନୀ, ଲକ୍ଷ୍ମୀ ନାରାୟଣ ପ୍ରଧାନ, ବବି ସିଂ, ସୌରୀ ପାଣିଗ୍ରାହୀ ,ସୁରେନ୍ଦ୍ର ବିଶ୍ୱାଳ,କଳ୍ପନା ମିଶ୍ର , ସରୋଜ ସାହୁ , ଭବେଶ ଚାନ୍ଦ, ରମାକାନ୍ତ ସାହୁ,ସୁବ୍ରତ ଚାନ୍ଦ ,ତ୍ରିବେଣୀ ପଣ୍ଡା , ଜଗନ୍ନାଥ ଚୌଧୁରୀ ,ଜିତେନ୍ଦ୍ରିୟ ବିଶି , ବାବୁଲାଲ ଖଣ୍ଡୁଆଲ , ଫକୀର ପ୍ରଧାନ ,ମାମି ନାୟକ , କିଶୋର ମୁଣ୍ଡା ପ୍ରମୁଖଙ୍କ ସହ ବହୁ କର୍ମୀ ଯୋଗଦେଇଥିଲେ |
Related Stories
November 23, 2024