
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୫ /୦୮/୨୦୨୦, ମସିହା ୧୯୪୯ ସ୍ଥାପିତ ଓଡିଶା ସରକାରଙ୍କ ଗୋପବନ୍ଧୁ ଆୟୁର୍ବେଦ କଲେଜକୁ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଷଡଯନ୍ତ୍ର ଫଳରେ ଆଉଟ ଡୋର, ଇନଡୋର, ବି.ଏ. ଏମ.ଏସ. ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ଓ ପି.ଏଚ.ଡି କରୁଥିବା ଛାତ୍ର ଛାତ୍ରୀଙ୍କ ବେଡ଼ ସାଇଡ ଅଧୟନ, ଚିକିତ୍ସା ଓ ଗବେଷଣା ପ୍ରଭୁତି ଗତ ୬ ମାସରୁ ଉର୍ଦ୍ଧ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇ କୋଭିଡ ହସ୍ପିଟାଲ ଓ ନର୍ସିଂ ଟ୍ରେନିଂ ସେଣ୍ଟର ଆଳରେ ଆୟୁର୍ବେଦ ଚିକିତ୍ସାକୁ ବନ୍ଦକରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି |ଏ ସମ୍ପର୍କରେ ପୁରୀ ସହରର ବୁଦ୍ଧି ଯିବି, ଆଇନ ଯିବି ଓ ବରିଷ୍ଠ ନାଗରିକ ଏବଂ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ |
ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡା ଚିଠି ମାଧ୍ୟମରେ ନିଜର ଆଶା ଏବଂ ଦୃଢ଼ ବିଶ୍ୱାସ ରଖି କହିଛନ୍ତି ଯେ ଆପଣଙ୍କ ଦୃଢ଼ ନେତୃତ୍ୱରେ ଓଡିଶାର ଏହି ଅଗ୍ରଣି ଆୟୁର୍ବେଦ କଲେଜର ପୂର୍ବବସ୍ଥା ଫେରାଇ ଆଣି ଏଠାରେ ଆୟୁର୍ବେଦ ଚିକିତ୍ସା ସେବା ଜନସାଧାରଣ ଙ୍କୁ ଶୀଘ୍ର ଯୋଗାଇ ଦିଆଯାଉ |ଡାକ୍ତର ପଣ୍ଡା ଅନୁରୋଧ କରିଛନ୍ତି ଯେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ସହ ଜନସାଧାରଣଙ୍କୁ ଆୟୁର୍ବେଦ ସ୍ୱାସ୍ଥ୍ୟ ସେବା ଶୀଘ୍ର ଯୋଗାଇ ଦେବାକୁ ଆପଣ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ଦୃଷ୍ଟି ଦେବେ |ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀଙ୍କ ଉଦେଶ୍ୟରେ ସଭାପତି” ଓଡିଶା ଆୟୁର୍ବେଦ ବିକାଶ ପରିଷଦ” ପୁରୀ ତରଫରୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି |