କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୫ /୦୮/୨୦୨୦,ସ୍ୱାଧୀନତା ଦିବସ ଅବସର ରେ ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ସମ୍ମୁଖ ରେ କୋଭିଡ ୧୯ ପରିସ୍ଥିତି ର ମୁକାବିଲା ଉଦ୍ଧେସ୍ୟ ରେ ଦୂଇଗୋଟି ନୂତନ BLS ଆମ୍ବୁଲାନ୍ସ ଲୋକାର୍ପିତ ହୋଇ ଯାଇଛି I ପୁରୀ ର ମାନ୍ୟବର ସାଂସଦ ଶ୍ରୀ ପିନାକୀ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାଶବର୍ମା, ପୁରୀ ଜିଲ୍ଲାପାଳ ଶ୍ରୀ ବଳବନ୍ତ ସିଂ , ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ଵର ସିଂ , ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ : ସୁଜାତା ମିଶ୍ର ଏବଂ ବ୍ରହ୍ମଗିରି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ବରାଳ ପ୍ରମୁଖ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପତାକା ପ୍ରଦର୍ଶନ ପୂର୍ବକ ଏହି ଦୁଇ ଆମ୍ବୁଲାନ୍ସ କୁ ଅଞ୍ଚଳବାସୀ ଙ୍କ ଉଦ୍ଧେଶ୍ୟ ରେ ଲୋକାର୍ପିତ କରିଥିଲେ I ଉକ୍ତ ଅମ୍ବୁଲାନ୍ସ ଦ୍ବୟ ମଧ୍ୟରୁ ଗୋଟିଏ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟଟି ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବହୃତ ନିମନ୍ତେ ରହିବ I
Related Stories
November 23, 2024
November 23, 2024
November 23, 2024