କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ -୧୯୬୯ ମସିହା ରେ ପୁରୀ ସହର ରେ ପ୍ରତିଷ୍ଠିତ ପୁରୀ ରୋଟାରୀ କ୍ଲବ୍ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ରେ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ରମାବଲ୍ଲଭ ରୋଡ଼ସ୍ଥ ରୋଟାରୀ କମ୍ୟୁନିଟି ସେଣ୍ଟର ପରିସର ରେ ସହର ର ଏକଶହ ଦୁଃସ୍ଥ କଳାକାର ଓ କାରିଗର ପରିବାର ଙ୍କୁ ଶୁଖିଲା ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଛି। ପୂର୍ବରୁ ତିନିଟି ପର୍ଯ୍ୟାୟ ରେ କରୋନା ଜନିତ କାରଣରୁ ପ୍ରଭାବିତ ସହର ର ପ୍ରାୟ ତିନିଶହ ବସ୍ତିବାସିନ୍ଦା ଙ୍କ ମଧ୍ୟରେ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା ଓ ଶ୍ରୀ ଲୋକନାଥ ମନ୍ଦିର ସମେତ ସହର ର କିଛି ପ୍ରମୁଖ ସ୍ଥାନରେ ସାନିଟାଇଜର ଡିସପେନସିଙ୍ଗ୍ ମେସିନ୍ ସ୍ଥାପନ କରାଯାଇଥିଲା। ଏହାପରେ ପ୍ରାୟ ଏକଶହ ଇ-ରିକ୍ସା ଚାଳକ ଙ୍କୁ କ୍ଲବ୍ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ମିଳିଥିବା ସୂଚନା ରୁ ଜଣାଯାଇଛି। କ୍ଲବ୍ ର ସଭାପତି ପ୍ରମୋଦ କୁମାର ଆଚାର୍ଯ୍ୟ ଓ ସଂପାଦକ ରୋଜା ପ୍ରିୟଦର୍ଶୀ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଭାରତୀୟ ଷ୍ଟେଟବ୍ୟାଙ୍କ ପୁରୀ ର ମୁଖ୍ୟ ପରିଚାଳକ ସମ୍ବିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ନିଜର ବକ୍ତବ୍ୟ ରେ ଶ୍ରୀ ପଟ୍ଟନାୟକ କ୍ଲବ୍ ର ସେବା ପରଂପରା ର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ବ୍ୟାଙ୍କ ମଧ୍ୟ ସହଭାଗି ହେବାର ପ୍ରତିଶୃତି ପ୍ରଦାନ କରିଥିଲେ। କ୍ଲବ୍ ର ସଂଖ୍ୟାଧିକ ସଦସ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।
Related Stories
November 22, 2024