
ବ୍ରହ୍ମପୁର : କୁକୁଡ଼ାଖଣ୍ଡୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ଅବସରରେ କୋଭିଡ ୧୯ ନିୟମ ମୁତାବକ ସମଦୁରତା ରକ୍ଷା କରି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଗଦାଧର ପାତ୍ର,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଏଇ ସୁଜିତ କୁମାର ତହଲ,ବରିଷ୍ଠ କିରାଣୀ ସାହେବ ଶବର,ଜେଇ କୈଳାଶ ପାତ୍ର,ବରିଷ୍ଠ ସମବାୟବିତ ସୁଧିର ରାଉତ,ବିଏସଏସଓ ସୁକାନ୍ତ କୁମାର ନାୟକ ,ଜିପିଇଓ ,ସିଡ଼ିପିଓ କାର୍ଯ୍ୟାଳୟର ସମସ୍ତ ସୁପ୍ରଭାଇଜର ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଜେଇ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ l