
ସାନଖେମୁଣ୍ଡି: ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ନିର୍ଭୀକ ଓ ସଚୋଟ କଂଗ୍ରେସ ବ୍ୟକ୍ତି ସ୍ବର୍ଗତ ରାମକୃଷ୍ଣ ରଥଙ୍କ ଦ୍ୱାଦଶହ କାର୍ଯ୍ୟ ରବିବାର ଦିନ ପାଟପୁର ସ୍ଥିତ ବାସ ସ୍ଥାନରେ ଅନୁଷ୍ଠିତ ହୋଇଅଛି। ବିଧାନସଭା ପରିମିତ ଅଂଚଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନିଜର ବ୍ୟବହାର ଓ ଜିଦଖୋର ମନୋବୃତ୍ତି ପାଇଁ ପରିଚିତ ଥିବା ସ୍ବର୍ଗତ ରାମକୃଷ୍ଣ ରଥଙ୍କ ଅକାଳ ବିୟୋଗରେ କର୍ମୀଙ୍କ ମନରେ ଗଭୀର ପ୍ରଭାବ ପକାଉଥିବା ଲକ୍ଷ କରାଯାଉଛି। ଏହି ଅବସରରେ ଆୟୋଜିତ ସ୍ମୁତିଚାରଣ ସଭାରେ ସାନଖେମୁଣ୍ଡି ବିଧାୟକଙ୍କ ଦଳୀୟ କାର୍ଯ୍ୟକ୍ରମ କାରଣରୁ ପହଞ୍ଚି ପାରିନଥିଲେ ମଧ୍ୟ ଶୋକ ସଂତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ପୁର୍ବତନ ବ୍ଲକ୍ ଅଧକ୍ଷ ଶ୍ରୀ ଲଷ୍ମୀଚରଣ ପାତ୍ରଙ୍କ ତତ୍ୱାବଧାନରେ ବ୍ଲକ କଂଗ୍ରେସ ପକ୍ଷରୁ ଦ୍ୱାଦଶହ କାର୍ଯ୍ୟକ୍ରମରେ ନିରାକାର ପ୍ରଧାନ, ଦୁର୍ଗାମାଧବ ପାଢ଼ୀ, ମୁକୁଳ ଚନ୍ଦ୍ର ବରାଡ଼, ଆଲୋକ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ବାଲ୍ମୀକି ପ୍ରଧାନ, ପୂର୍ବତନ ବ୍ଲକ୍ ସଭାପତି ବାଉରିବନ୍ଧୁ ପ୍ରଧାନ ପ୍ରମୁଖଙ୍କ ସହିତ ଯୁବ ସଂଗଠକ ପ୍ରଦୀପ ସ୍ୱାଇଁ ଉପସ୍ଥିତ ରହି ସ୍ଵର୍ଗତ ରାମକୃଷ୍ଣ ରଥଙ୍କ ପାଇଁ ସ୍ମୁତିଚାରଣ କରିଥିଲେ। ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାଥନା କରିବା ସହ ସମସ୍ତ କର୍ମୀ ରାମକୃଷ୍ଣ ରଥଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରିପୋର୍ଟ:ପ୍ରଫୁଲ୍ଲ ସାବତ