ବ୍ରହ୍ମପୁର: ଗତ କ୍ରାନ୍ତି ଦିବସ ଠାରୁ ବ୍ରହ୍ମପୁର ବିଧାୟକ ତଥା ଓଡ଼ିଶା ମୋ ପରିବାରର ସଦସ୍ୟ ବ୍ରିକମ ପଣ୍ଡାଙ୍କ ଆହ୍ୱାନ ଓ ନେତୃତ୍ୱରେ ଆରମ୍ଭ ହୋଇଥିବା ୭ଦିନିଆ ରକ୍ତଦାନ ଶିବିରରେ ଶୁକ୍ରବାର ଥିବା ଷଷ୍ଠ ଦିନ । ଷଷ୍ଠଦିନ ମଧ୍ୟରେ ୩୦୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇପାରିଛି । ତେଣୁ ଏଥିନିମନ୍ତେ ସମସ୍ତ ଶ୍ରେୟ ବିଧାୟକ ଶ୍ରୀ ପଣ୍ଡା ପାଇବା ହକ୍ଦାର ବୋଲି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି । ଅଯୋଧ୍ୟା ନଗର ପ୍ରାପ୍ତି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମିଶ୍ର ସହରର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ସମସ୍ତ ବ୍ୟକ୍ତିବିଶେଷ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Related Stories
November 27, 2024
November 27, 2024