ଛତ୍ରପୁର ୧୪/୮: ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଅଧୀନସ୍ଥ ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ତଥା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଅଗଷ୍ଟ ୧୫ ତାରିଖ ଠାରୁ କୋଭିଡ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଆଉ ସହଯୋଗ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେବା ପୂର୍ବରୁ କେତକ ଦାବି ସଂକ୍ରାନ୍ତରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଠାରେ ବହୁ ଦାବି ରଖି ଗତ ୭ ତାରିଖ ଠାରୁ କଳାବ୍ୟାଜ୍ ପରିଧାନ କରି ନିଜକୁ ହସ୍ତାନ୍ତର ହୋଇଥିବା ଦାୟିତ୍ୱ ସମ୍ପାଦନ କରିଆସୁଥିଲେ । କିନ୍ତୁ ଆଜି ସୁଦ୍ଧା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁଷ ଡାକ୍ତରମାନଙ୍କ ଦାବି ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯେହେତୁ ଏହି ଦାବି ସଂକ୍ରାନ୍ତରେ ଆଲୋଚନା କରିବାକୁ ମଧ୍ୟ ଆୟୁଷ ଡାକ୍ତର ସଂଘକୁ ସୂଚନା ଦିଆଯାଇ ନାହିଁ । ଏଣୁ ଆସନ୍ତାକାଲି ତଥା ଅଗଷ୍ଟ ୧୫ ତାରିଖ ଠାରୁ କୋଭିଡ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ସହଯୋଗ ନ କରି ପୂର୍ବଭଳି ଗ୍ରାମାଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟରେ ବସି କେବଳ ଆୟୁଷ ସମ୍ବନ୍ଧୀୟ ରୋଗୀ ସେବା ଜାରି ରଖିବୁ କୋଭିଡ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ସହଯୋଗ ନ କରିବା ନିମନ୍ତେ ଶୁକ୍ରବାର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆୟୁଷ ଡାକ୍ତରଙ୍କ ସୂଚନା ମୁତାବକ ସ୍ୱାସ୍ଥ୍ୟ ବିଭାଗ ଚିଠି ପ୍ରକାରେ ଆର ଆର ଟି ମୁଖ୍ୟ ଜଣେ ସେକ୍ଟର ମେଡିକାଲ ଅଫିସର (ଏମ୍ ବି ବି ଏସ) ଥିବାବେଳେ ଗଞ୍ଜାମ ଜିଲାପାଳ ଙ୍କ ଅନୁପ୍ରାଣରେ ଏମ୍ ବି ବି ଏସ ଡାକ୍ତରଙ୍କ ସ୍ଥାନରେ ଆୟୁଷ ଡାକ୍ତର ମାନଙ୍କୁ ଦୀର୍ଘ ୫ ମାସ ଧରି କୋଭିଡ କାର୍ଯ୍ୟରେ ସୁଚାରୁ ରୂପେ ପାଳନ କରି ଆସୁଥିବା ସୂଚନା ମିଳିଛି ।ଦିନ ରାତି କୋଭିଡ କାର୍ୟ୍ଯରେ ଯୋଗ ଦେଇ ଜୀବନକୁ ବାଜି ଲଗାଇ ଗ୍ରାମାଞ୍ଚଳରେ ଦେଇଥିବା ସ୍ୱାସ୍ଥ୍ୟ ସେବାକୁ ନିଜ ବ୍ରତ ଭାବେ ଗ୍ରହଣ କରିଥିଲେ । ସରକାରଙ୍କ ପକ୍ଷରୁ ସୁରକ୍ଷା ନିମନ୍ତେ କୌଣସି ସୁବିଧା ସୁଯୋଗ କିମ୍ବା କାର୍ଯ୍ୟ ର ଶ୍ରେୟ ମିଳି ନାହିଁ । କରୋନା ମୁକାଲିବା ପାଇଁ ନିୟୋଜିତ ଆୟୁଷ ଡାକ୍ତରମାନେ କରୋନା ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କୁ ବାରମ୍ବାର ଅବହେଳିତ କରାଯାଉଛି । ସରକାର ଆୟୁଷ ଡାକ୍ତରଙ୍କୁ ତୁରନ୍ତ କରୋନା ଯୋଦ୍ଧା ଘୋଷଣା କରନ୍ତୁ, ଡାକ୍ତରଙ୍କ ମାସିକ ଦରମା ୬୬ ହଜାର ଟଙ୍କା ପ୍ରଦାନ ସହ କୋଭିଡ୍ କାର୍ଯ୍ୟରେ ଅକସ୍ମାତ ଅଘଟଣ(ମୃତ୍ୟୁ) ଘଟିଲେ ସାମାଜିକ ସୁରକ୍ଷା ଆଇନ ନିୟମ ପ୍ରକାରେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବା ସହ ୫୦ ଲକ୍ଷ ଏବଂ ଅବସର ଯାଏ ସଂପର୍କୀୟଙ୍କୁ ଦରମା ପ୍ରଦାନ ଆଦି କେତକ ଦାବିକୁ ନେଇ ଗତ ୭ତାରିଖ ଠାରୁ ଆୟୁଷ ଡାକ୍ତର ସଂଘ ପକ୍ଷକୁ କଳାବ୍ୟାଜ୍ ପରିଧାନ ପୂର୍ବକ ନିଜକୁ ହସ୍ତାନ୍ତର ହୋଇଥିବା ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଦାବି ସମ୍ବନ୍ଧରେ କୌଣସି ପଦକ୍ଷେପ ନେବା ଲାଗି ଏକ ସପ୍ତାହ ସମୟ ଦେଇଥିଲେ । ଆଜି ସେହି ଅବଧି ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସଂଘ ପକ୍ଷରୁ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବୁ ବୋଲି ସଂଘର ଆବାହାକ ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର ସୂଚନା ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଂପାଦକ ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତ, ଡାକ୍ତର ଫକୀର ଚନ୍ଦ୍ର ଜେନା, ଡାକ୍ତର କରୁଣାକର ବେହେରା, ଡାକ୍ତର ମୀରାବାଇ ପଣ୍ଡା, ଡାକ୍ତର ରାମାନୁଜ ପଟ୍ଟନାୟକ, ଡାକ୍ତର ସତ୍ୟନାରାୟଣ ସାହୁ ଡାକ୍ତର ସୁନିତା ପ୍ରଧାନ ଓ ଡାକ୍ତର ରବୀ ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ରିପୋର୍ଟ ପ୍ରଫୁଲ ସାବତ
Related Stories
November 22, 2024