-
କୋଭିଡ୍-୧୯ ଓ ଅନ୍ୟାନ୍ୟ ଜୀବାଣୁ ବିରୋଧରେ ୯୯%ରୁ ଅଧିକ ଜୀବାଣୁନାଶ କରୁଥିବା ୟୁଭିସି ପ୍ରଯୁକ୍ତି ଭିତିକ ଜୀବାଣୁନାଶକ ଉପକରଣ
-
ୟୁଭିସି ବିକିରଣ ପାଇଁ ଆଇସିଏମ୍ଆର୍ ସ୍ୱୀକୃତିପ୍ରାପ୍ତ ଲ୍ୟାବ୍ ଦ୍ୱାରା ସାର୍ଟିଫାଏଡ୍, ଗୋଦରେଜ୍ ଭାଇରୋଶିଲ୍ଡ କୋଭିଡ୍-୧୯ ଓ ଅନ୍ୟାନ୍ୟ ଭୂତାଣୁ ଏବଂ ଜୀବାଣୁକୁ ୨ରୁ ୬ ମିନିଟ୍ରେ ନାଶ କରିବ
ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ପାଇଁ ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଭାରତୀୟ ଗ୍ରାହକମାନଙ୍କ ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତନ ଘଟିଛି । କୋଭିଡ୍-୧୯ ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଗ୍ରାହକମାନେ ନିଜର ଶ୍ରେଷ୍ଠ କାର୍ଯ୍ୟ କରୁଛନ୍ତି, ନିତିଦିନିଆ ବ୍ୟବହାର ପାଇଁ ଘରକୁ ଆସୁଥିବା ସାମଗ୍ରୀକୁ ସଫା କରିବା କିମ୍ବା ସାନିଟାଇଜ କରିବା କିମ୍ବା କ୍ୱାରାଟିଂନ୍ କରିବାରେ ସମୟ ଅପଚୟ କରୁଛନ୍ତି-ସେହି ପଦ୍ଧତିଗୁଡ଼ିକ କେତେ ପ୍ରଭାବଶାଳୀ ତାହା ମଧ୍ୟ ସେମାନଙ୍କୁ ଜଣାନାହିଁ । କଂପାନି ପକ୍ଷରୁ ଗ୍ରାହକଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୬୦ ପ୍ରତିଶତ ଗ୍ରାହକ ସମସ୍ତ ପାର୍ସଲ ଓ ପ୍ୟାକେଟ୍କୁ ଏକରୁ ଅଧିକ ଦିନ ପର୍ଯ୍ୟନ୍ତ ଅଲଗା ରଖୁଛନ୍ତି, ପନିପରିବା ବିଶୋଧନ କରୁଛନ୍ତି ଏବଂ ସେଗୁଡ଼ିକୁ ମଧ୍ୟ ଗୋଟିଏ ଦିନ ଅଲଗା ରଖୁଛନ୍ତି ଏବଂ କେତେକ ମାମଲାରେ ସାବୁନ ପାଣିରେ ମଧ୍ୟ ତାହାକୁ ଧୋଉଛନ୍ତି ।
ଦୀର୍ଘ ୬୨ ବର୍ଷ ଧରି ଭାରତର ଅଗ୍ରଣୀ କଂଜ୍ୟୁମର ଡ୍ୟୁରେବଲ୍ ବ୍ରାଣ୍ଡ୍ ହୋଇରହିଥିବା ଗୋଦରେଜ୍ ଆପ୍ଲାଏନ୍ସେସ୍ ସର୍ବଦା ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରୁଥିବା ଉପଯୋଗୀ ପ୍ରଯୁକ୍ତି ପ୍ରଦାନ କରିବା ଲାଗି ଉଦ୍ୟମ କରୁଛି । ଏହି ମହାମାରୀ ସମୟରେ, କଂପାନି ପୁଣି ଥରେ ସମୟର ଆହ୍ୱାନକୁ ଗ୍ରହଣ କରି ଭାରତୀୟ ଗ୍ରାହକଙ୍କ ପାଇଁ ଭାରତରେ ତିଆରି ଏକ ଉପଯୋଗୀ ଉତ୍ପାଦ ଆଣିଛି ଯାହା ସେମାନଙ୍କୁ ଏହି ସଙ୍କଟମୟ ସମୟ ପାର କରିବାରେ ସହାୟକ ହେବ । ତାହା ହେଉଛି ଗୋଦରେଜ ଭାଇରୋଶିଲ୍ଡ ୪.୦, ଏକ ୟୁଭି-ସି ପ୍ରଯୁକ୍ତି ଭିତିକ ଉତ୍ପାଦ ଯାହା ୨ରୁ ୬ ମିନିଟ୍ ଭିତରେ ୯୯ ପ୍ରତିଶତରୁ ଅଧିକ କୋଭିଡ୍-୧୯ ଭୂତାଣୁ ନାଶ କରୁଛି । ଏହା ୨୫୪ ଏନ୍ଏମ୍ ୟୁଭି ୱେଭଲେନ୍ଥରେ ପରିଚାଳିତ ହେଉଛି ଯାହା କୋଭିଡ୍-୧୯ ଓ ଅନ୍ୟାନ୍ୟ ଜୀବାଣୁ ଓ ଭୂତାଣୁକୁ ନିସ୍କ୍ରିୟ କରିବା ଲାଗି ଉପଯୁକ୍ତି । ବିଶ୍ୱାସଯୋଗ୍ୟ ଉତ୍ପାଦ ପ୍ରଦାନ କରିବା ଲାଗି ଜଣାଶୁଣା ଏହି ବ୍ରାଣ୍ଡ୍ ନିଶ୍ଚିତ କରିଛି ଯେ ଭାଇରୋଶିଲ୍ଡକୁ ଆଇସିଏମ୍ଆର୍ ଦ୍ୱାରା ମାନ୍ୟତାପ୍ରାପ୍ତ ଲ୍ୟାବ୍ରେ ୟୁଭିସି ବିକିରଣ ପାଇଁ ପରୀକ୍ଷଣ ଓ ସାର୍ଟିଫାଏଡ୍ କରାଯାଇଛି ।
ଉଭୟ ସୁରକ୍ଷା ଓ ସ୍ୱଚ୍ଛତାକୁ ନିଶ୍ଚିତ କରିବା ଲାଗି ଗୋଦରେଜ୍ ଭାଇରୋଶିଲ୍ଡ ୪.୦କୁ ତିଆରି କରାଯାଇଛି । ୟୁଭି-ସରାଉଣ୍ଡ୍ ପ୍ରଯୁକ୍ତି ସହି୍ତ ଗୋଦରେଜ୍ ଭାଇରୋଶିଲ୍ଡ ୪.୦ରେ ରହିଛି ୪ ୟୁଭି-ସି ଟ୍ୟୁବ୍ସ୍ ଓ ୬ ପାଶ୍ୱର୍ ପ୍ରତିଫଳନ ଆଭ୍ୟନ୍ତର ରହିଛି ଯାହା ବଜାରରେ ମିଳୁଥିବା ସର୍ବାଧିକ କ୍ଷମତାର ଓ ଏହା ୩୬୦ ଡିଗ୍ରି ଅଂଚଳରେ ୟୁଭିସି ପହଂଚାଉଛି । ପୁନଶ୍ଚ, ଭାଇରୋଶିଲ୍ଡ ୪.୦ର କ୍ୟୁବ୍ ଭଳି ଡିଜାଇନ୍ ୟୁଭି-ସି ରଶ୍ମୀକୁ ସମାନ ଭାବେ ସବୁ ସ୍ଥାନରେ ପହଂଚାଉଛି । ଗ୍ରୋସରି ପ୍ୟାକ୍ଠାରୁ ଆରମ୍ଭ କରି ପନିପରିବା, ମୋବାଇଲ୍ ଫୋନ ପର୍ଯ୍ୟନ୍ତ ଏବଂ ମାସ୍କ ଠାରୁ ଆରମ୍ଭ କରି ସୁନା ଗହଣା, ହେଡ୍ଫୋନ୍ ଓ କାର୍ ଚାବି, ଖେଳନା, ନଗଦ ଟଙ୍କା, ୱାଲେଟ୍ ଓ ଚଷମା ଆଦି ସବୁ କିଛିରୁ ଏହା ଜୀବାଣୁ ନାଶ କରିବାକୁ ସକ୍ଷମ ।
ଏହା ୩୦ ଲିଟର ଭଳି ବଡ଼ କ୍ଷମତାର ହୋଇଥିବାରୁ ଏକସଙ୍ଗେ ଏକାଧିକ ସାମଗ୍ରୀ କିମ୍ବା ବଡ଼ ସାମଗ୍ରୀର ଜୀବାଣୁ ନାଶ କରିହେବ ଏବଂ ଏହା ସମୟ ସଂଚୟ କରିବ । ତେଣୁ, କୌଣସି ପଦ୍ଧତି କାମ କରୁଛି ନା ନାହିଁ ତାହା ନଜାଣି ସଫା କରିବା, ଶୁଖାଇବା ଏବଂ ଜିନିଷକୁ ଅଲଗା ରଖିବାରେ ସମୟ ଅପଚୟ କରିବାକୁ ପଡ଼ିବ ନାହିଁ ।
କଂପାନି ଗ୍ରାହକଙ୍କ ସୁରକ୍ଷାକୁ ନେଇ ବେଶ ସଚେତନ । ଅଧିକ ସମୟ ୟୁଭିସି ସଂସ୍ପର୍ଶରେ ରହିବା ମାନବ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ତେଣୁ, ଭାଇରୋଶିଲ୍ଡକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହାର ଭିତର ଅଂଶ ବାହାରୁ ଦେଖିହେବ ନାହିଁ, ମୋଟା ପାଶ୍ୱର୍ ଓ ଡୋର୍ ୱାଲ୍ ଦିଆଯାଇଛି ଏବଂ ଗ୍ୟାସ୍କେଟ୍ ଭିତିକ ଚୁମ୍ବକୀୟ ସିଲିଂ ବ୍ୟବସ୍ଥା ଏବଂ ଡୋର୍ ଖୋଲିବା ମାତ୍ରେ ସ୍ୱୟଂକ୍ରିୟ କଟ୍-ଅଫ୍ ସୁବିଧା ରହିଥିବାରୁ ଭାଇରୋଶିଲ୍ଡ ୪.୦ ହେଉଛି ମାନବ ସୁରକ୍ଷା ପାଇଁ ୧୦୦% ୟୁଭି ଲିକ୍ ପ୍ରୁଫ୍ । ଏହାର ଲିକ୍-ପ୍ରୁଫ୍ ପ୍ରଭାବକୁ ମଧ୍ୟ ଠିକ୍ ଭାବେ ପରୀକ୍ଷଣ ଓ ସାର୍ଟିଫାଏଡ୍ କରାଯାଇଛି ।
ଗୋଦରେଜ୍ ଭାଇରୋଶିଲ୍ଡ ୟୁଭିସି ଲ୍ୟାମ୍ପ୍ ସମେତ ୧-ବର୍ଷିଆ ବ୍ୟାପକ ୱାରେଂଟି ସହ ଆସୁଛି ଓ ଏହା ଉପରେ ଗୋଦରେଜ୍ର ସର୍ବାଧିକ ମାନ୍ୟତାପ୍ରାପ୍ତ ବିକ୍ରି ପରବର୍ତୀ ସେବାର ପ୍ରତିଶ୍ରୁତି ରହିଛି ।
ପ୍ୟୁର ହ୍ୱାଇଟ୍ ରଙ୍ଗ ଓ ବିଭିନ୍ନ ସୁବିଧା, ୩୦ ଲିଟରରେ ଉପଲବ୍ଧ ହୋଇଥିବା ଗୋଦରେଜ ଭାଇରୋଶିଲ୍ଡ ୪.୦ର ମୂଲ୍ୟ ଟିକସକୁ ମିଶାଇ ବେଶ ଆକର୍ଷଣୀୟ ୯୪୯୦ ଟଙ୍କା ରହିଛି ।
ଏହି ଉନ୍ମୋଚନ ସଂପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ ଇଭିପି-ଗୋଦରେଜ୍ ଆପ୍ଲାଏନ୍ସେସ୍ କହିଛନ୍ତି ଯେ, “ଏହି ମହାମାରୀ ନିଶ୍ଚିତ ରୂପେ ଗ୍ରାହକଙ୍କ ବ୍ୟବହାରକୁ ପ୍ରଭାବିତ କରିଛି । ବର୍ତମାନ ଆମ ଗ୍ରାହକମାନଙ୍କ ପ୍ରମୁଖ ଚିନ୍ତା ହେଉଛି ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା । ଗ୍ରାହକମାନଙ୍କ ମତ ଏବଂ ସାଂପ୍ରତିକ ଆବଶ୍ୟକତା ଭିତିରେ ଆମେ ସର୍ବଦା ଉତ୍ପାଦ ଆଣିବାକୁ ଉଦ୍ୟମ କରିବା ସହ ବ୍ରାଣ୍ଡ୍ର ଦର୍ଶନ “ଚିନ୍ତାଶୀଳ ଭାବେ ସାମଗ୍ରୀ ତିଆରି କରିବା’କୁ ପୂର୍ଣ୍ଣ ଅର୍ଥରେ ଗ୍ରହଣ କରିଥାଉ । ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଉଦ୍ୟମକୁ କମ୍ କରିହେଉଥିବା ବିଷୟ ଉପରେ ବିଭିନ୍ନ ପ୍ରକାର ପ୍ରଯୁକ୍ତି ଓ ଅଭିନବ ପଦକ୍ଷେପ ଉପରେ ଆମେ କାର୍ଯ୍ୟ କରୁଛୁ । ସେହି ସମାନ ଧାରାରେ ଆଗକୁ ବଢ଼ି ଆମେ ଗ୍ରାହକଙ୍କ ପାଇଁ ଆଣିଛୁ ଗୋଦରେଜ୍ ଭାଇରୋଶିଲ୍ଡ ୪.୦, ଏକ ୟୁଭି-ସି ପ୍ର୍ରଯୁକ୍ତି ଭିତିକ ଜୀବାଣୁନାଶକ ଉପକରଣ ଯାହା ଆମର ଗ୍ରାହକ ଏବଂ ସେମାନଙ୍କ ପ୍ରିୟଜନଙ୍କୁ କୋଭିଡ୍-୧୯, ଅନ୍ୟାନ୍ୟ ଭୂତାଣୁ ଓ ଜାବୀଣୁ ଠାରୁ ସୁରକ୍ଷା ପ୍ରଦାନ କରିବ । ଗ୍ରାହକମାନେ କିଛି ସମସ୍ୟା ସାମ୍ନା କରନ୍ତୁ ବୋଲି ଆମେ ଚାହୁଁନାହୁଁ ଓ ଚିନ୍ତାମୁକ୍ତ ଭାବେ ନୂତନ ସ୍ୱାଭାବିକ ସମୟକୁ ଗ୍ରହଣ କରନ୍ତୁ ବୋଲି ଚାହୁଛୁ ।’’
ଶ୍ରୀଯୁକ୍ତ ଅନୁପ ଭାର୍ଗଭ, ପ୍ରଡକ୍ଟ ଗ୍ରୁପ ହେଡ-ରେଫ୍ରିଜରେଟର୍ସ, ଗୋଦରେଜ ଆପ୍ଲାଏନସେସ, କହିଛନ୍ତି ଯେ, “ଆମ ଗ୍ରାହକମାନେ ପ୍ରତିଦିନ କୋଭିଡ-୧୯ ମହାମାରୀର ଭୟ ସାମ୍ନା କରୁଥିବା ବେଳେ କୋଭିଡ-୧୯, ଅନ୍ୟାନ୍ୟ ଭୂତାଣୁ ଓ ଜୀବାଣୁ ଠାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଗୋଦରେଜ ଭାଇରୋଶିଲ୍ଡ ୪.୦କୁ ଉନ୍ମୋଚନ କରିବାର ଖବରକୁ ପ୍ରଦାନ କରୁଥିବାରୁ ବହୁତ ଖୁସି । ୟୁଭିସି ବିକିରଣ ପାଇଁ ଆଇସିଏମଆରର ସ୍ୱୀକୃତିପ୍ରାପ୍ତ ଲାବ୍ରୁ ସାର୍ଟିଫାଏଡ୍ ହୋଇଥିବା ଏହି ଉପକରଣ ମାତ୍ର ୨ରୁ ୬ ମିନିଟ ଭିତରେ କୋଭିଡ-୧୯ ବିରୋଧରେ ୯୯%ରୁ ଅଧିକ ଜୀବାଣୁ ନାଶ କରୁଛି । ୩୬୦ ଡିଗ୍ରି ୟୁଭି ସରାଉଣ୍ଡ ପ୍ରଯୁକ୍ତି ସହିତ, ୧୦୦% ୟୁଭି ଲିକ ପ୍ରୁଫ ଗୋଦରେଜ ଭାଇରୋଶିଲ୍ଡ ୪.୦ରେ ରହିଛି ଅନେକ ସୁବିଧା ଓ ୩୦ ଲିଟର କ୍ଷମତା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ମୂଲ୍ୟରେ ଉପଲବ୍ଧ ହୋଇଛି । ଏହି ସ୍ୱତନ୍ତ୍ର ଉତ୍ପାଦ ଜରିଆରେ ଆମେ ଚଳିତ ବର୍ଷ ଏହି ଉନ୍ମୋଚନ ମାଧ୍ୟମରେ ୪୦ କୋଟି ଟଙ୍କାର ରାଜସ୍ୱ ଆୟ ଲକ୍ଷ୍ୟ ରଖିଛୁ । ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ଆମେ ଏହାକୁ ଆମାଜନରେ ଉପଲବ୍ଧ କରାଇସାରିଛୁ । ଅନଲାଇନ ପ୍ରସାର ପାଇଁ ଆମେ ଆମର ଇ-କମର୍ସ ସହଯୋଗୀଙ୍କ ସହ କାର୍ଯ୍ୟ କରୁଛୁ । ମାସକ ଭିତରେ ଆମର ନେଟୱର୍କ ଜରିଆରେ ଆମେ ଏହାକୁ ସର୍ବଭାରତୀୟ ସ୍ତରରେ ଉପଲବ୍ଧ କରାଇବୁ । ଏହାର ଉତ୍କୃଷ୍ଟ ମୂଲ୍ୟ ସ୍ତର ଓ ସକାରାତ୍ମକ କାରବାର ମତାମତ ଆମକୁ ଚଳିତ ଆର୍ଥିକ ବର୍ଷରେ ୨୦% ବଜାର ଅଂଶ ହାସଲ କରିବାର ବିଶ୍ୱାସ ଦେଇଛି ।’’
ଟଟଗ୍ଦର ଛଜ ମକ୍ଟୟର ଗ୍ଧକ୍ଟ ଙ୍ଖସରଙ୍ଗ ଗ୍ଧଷର ଇଠ: