ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଦିନରେ ୧୯୭୭ ଜଣ ନୂଆ କରୋନା ୫୪୬୩୦ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୯୭୭ ଜଣଙ୍କ ମଧ୍ୟରୁ ୧୨୪୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୩୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୩୩୨ ନୂଆ ମାମଲା ସାମନାକୁ ଆସିଛି । ସେହିପରି ଗଂଜାମ ଜିଲ୍ଲାରେ ୨୮୦ ଟି ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୨ , ବାଲେଶ୍ୱର ଜିଲ୍ଲାରେ ୫୬ ଜଣ, ବରଗଡ ଜିଲ୍ଲାରେ ୨୨, ଭଦ୍ରକ ଜିଲ୍ଲାରେ ୧୧୮, ବଲାଙ୍ଗିର ଜିଲ୍ଲାରେ ୭ .ବୌଦ୍ଧ ଜିଲ୍ଲାରେ ୫,କଟକ ଜିଲ୍ଲାରେ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୨, ଢେଙ୍କାନାଳ ଜିଲ୍ଲାରେ ୪୦, ଗଜପତି ଜିଲ୍ଲାରେ ୯୩, ଜଗତସିଂହପୁର ଜିଲ୍ଲାରେ ୩୪, ଯାଜପୁର ଜିଲ୍ଲାରେ ୬୯. ଝାରସୁଗୁଡା ଜିଲ୍ଲାରେ ୧୧, କଳାହାଣ୍ଡି ଜିଲ୍ଲାରେ ୪୮. କନ୍ଧମାଳ ଜିଲ୍ଲାରେ ୬୦, କେନ୍ଦ୍ରାପଡା ଜିଲ୍ଲାରେ ୬ ,କେନ୍ଦୁଝର ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୯୦ ଜଣ, ମାଲକାନଗିରି ଜିଲ୍ଲାରେ ୫୨ , ମୟୁରଭଂଜ ଜିଲ୍ଲାରେ ୧୨୦, ନବରଙ୍ଗପୁୁରରେ ୧୭, ନୟାଗଡ ଜିଲ୍ଲାରେ ୭୫, ନୂଆପଡା ଜିଲ୍ଲାରେ ୨୦, ପୁରୀ ଜିଲ୍ଲାରେ ୮୩ , ରାୟଗଡା ଜିଲ୍ଲାରେ ୭୦, ସମ୍ବଲପୁର ଜିଲ୍ଲାରେ ୫୯,ସୋନପୁର ଜିଲ୍ଲାରେ ୭ ତଥା ସୁନ୍ଦରଗଡ ଜିଲ୍ଲାରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।