ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୮୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୪୧୨୨ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୬୬, ବାଲେଶ୍ୱର ଜିଲ୍ଲାରେ ୧୬୮୪, ବରଗଡ ଜିଲ୍ଲାରେ ୭୬୪, ଭଦ୍ରକ ଜିଲ୍ଲାରେ ୧୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୭୮୮ . ବୌ ଦ୍ଧ ଜିଲ୍ଲାରେ ୨୫୭, କଟକ ଜିଲ୍ଲାରେ ୩୬୧୯, ଦେବଗଡ ଜିଲ୍ଲାରେ ୧୨୧, ଢେଙ୍କାନାଳ ଜିଲ୍ଲାରେ ୭୯୬. ଗଜପତି ଜିଲ୍ଲାରେ ୨୨୧୨, ଜଗତସିଂହପୁର ଜିଲ୍ଲାରେ ୧୦୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୮୩୧, ଝାରସୁଗୁଡା ଜିଲ୍ଲାରେ ୪୯୨, କଳାହାଣ୍ଡି ଜିଲ୍ଲାରେ ୬୭୧, କନ୍ଧମାଳ ୧୧୦୧, କେନ୍ଦ୍ରାପଡା ଜିଲ୍ଲାରେ ୭୮୮, କେନ୍ଦୁଝର ଜିଲ୍ଲାରେ ୧୧୨୦, ଖୋର୍ଧା ଜିଲ୍ଲାରେ ୭୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୫୮୦ , ମାଲକାନଗିରି ଜିଲ୍ଲାରେ ୧୦୮୩, ମୟୁରଭଂଜ ଜିଲ୍ଲାରେ ୧୧୫୪. ନବରଙ୍ଗପୁର ଜିଲ୍ଲାରେ ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୧୩୩୪, ନୂଆପଡା ଜିଲ୍ଲାରେ ୨୩୩ , ପୁରୀ ଜିଲ୍ଲାରେ ୧୫୫୫, ରାୟଗଡା ଜିଲ୍ଲାରେ ୧୮୦୪. ସମ୍ବଲପୁର ଜିଲ୍ଲାରେ ୧୩୨୮. ସୁବର୍ଣପୁର ଜିଲ୍ଲାରେ ୨୭୪ ଓ ସୁନ୍ଦରଗଡ ଜିଲ୍ଲାରେ ୨୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।