ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୪ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ଚାରି ଜଣ ରହିଥିବା ବେଳେ ପୁରୀ ଜିଲ୍ଲାର ୩ ଜଣ ଅଛନ୍ତି । କଟକ,ସମ୍ବଲପୁର ଓ ସୁନ୍ଦରଗଡର ଜଣେ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସେହିପରି କଟକ ଜିଲ୍ଲାର ଜଣେ ୪୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିପରି ଗଂଜାମ ଜିଲ୍ଲାର ଜଣେ ଜଣେ ୬୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।
ଗଂଜାମ ଜିଲ୍ଲାର ଅନ୍ୟ ଜଣେ ୭୫ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲୋ ସେହିପରି ଗଂଜାମ ଜିଲ୍ଲାର ହିଁ ୬୫ ବର୍ଷ ବୟସ୍କ ପୁରୁଷଙ୍କର ଓ ଅନ୍ୟ ଜଣେ ୭୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ସମ୍ବଲପୁର ଜିଲ୍ଲାର ଜଣେ ୫୨ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୩୨ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛିା
ପୁରୀ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ ଥିଲେ । ପୁରୀ ଜିଲ୍ଲାର ଜଣେ ୫୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସେହିପରି ଭାବେ ପୁରୀ ଜିଲ୍ଲାର ହିଁ ଜଣେ ୭୨ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।