
ମାଲକାନଗିରି -ଲଘୁଚାପ ଯୋଗୁଁ ମାଲକାନଗିରି ଜିଲ୍ଲାରେ ଗତ ୩ଦିନଧରି ଲଗାଣ ବର୍ଷା ଲାଗି ରହିଛି !କାଲିମେଳା ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଵା ଦ୍ଵାରା ବିଭିନ୍ନ ଅଞ୍ଚଳରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣିରେ ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଧୋଇଯିବା ଯୋଗୁଁ ପ୍ରାୟ ୭ ଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ! ବେଜାଙ୍ଗିବାଡା ପଞ୍ଚାୟତର ଏମପି ଭି – ୨୦ ନିକଟରେ ଏହି ପୋଲ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ପାଣି ସ୍ରୋତରେ ଏହି ବ୍ରିଜଟି ଭାଙ୍ଗିଯାଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି । ଏହି ରାସ୍ତାଟିକୁ ଜୈନେକ ଠିକାଦାର ପ୍ରାୟ ୧ 0 ମାସ ତଳେ ନିର୍ମାଣ କରିଥିବାବେଳେ ସେ ବ୍ରିଜ ନିର୍ମାଣ ଅଧା ରେ ଛାଡି ଦେଇ କାମ ବନ୍ଦ କରିଦେଇଥିଲେ l ଖାଲି ସିମେଣ୍ଟ ପାଇପ ବସାଇ ଉପରେ ମାଟି ଦିଆଯାଇଥିବାରୁ ଉକ୍ତ ପୋଲ ଟି ପ୍ରାୟ ୧ ୫ ଫୁଟ ଉଷାର ର ଘାଇ ସୃଷ୍ଟି ହୋଇ ପାଣିରେ ସିମେଣ୍ଟ ପାଇବ ଗୁଡିକ ଧୋଇ ଯାଇଛି l ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଏ ମ ପିଭି ୨ 0.,ଏମପିଭି ୧୬ ଏବଂ ବାପନପlଲ୍ଲୀ ଗ୍ରାମ ଲୋକମାନେ ବିଛିନ୍ନ ହୋଇରହିଛନ୍ତି l ଠିକାଦାର ଙ୍କ ର ମନମୁଖୀ କାର୍ଯ୍ଯ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଏମ ପି ଭି ୨0ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି l ଏଥିସହିତ ବନ୍ୟା ପାଣି ରେ ପୋଲ ଭାଙ୍ଗିବା ଫଳରେ ଉକ୍ତ ପୋଲର ଉପରେ ଏବଂ ତଳ ଭାଗରେ ଥିବା ୩ ଜଣ ଚାଷିଙ୍କ ର ପ୍ରାୟ 4 ଏକର ଜମିରେ ଧାନ ରୁଆ ନଷ୍ଟ ହୋଇଯାଇଛି l ଧାନ ଗଛ ଉପରେ ବାଲିଚର ମାଡି ଯାଇଥିବା ଦେଖିବାକୁ ମିଳିଛି l ତେଣେ ଉକ୍ତ ପୋଲ କୁ ତୁରନ୍ତ ମରାମତି କରିବା ସହ କ୍ଷତି ହୋଇଥିବା ଚାଷୀ ମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି ଲ