ମାଲକାନଗିରି-ଚିତ୍ରକୋଣ୍ଡା ବ୍ଳକର ୧୮ଟି ପଞ୍ଚାୟତ ମଧ୍ୟରୁ ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ ମଧ୍ୟରେ ରହିଛି ରାଲେଗାଡ଼ା ପଞ୍ଚାୟତ।ବର୍ଷା ଦିନରେ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମ ବିଛିନ୍ନ ହୋଇଯାଏ।ସୁଆପାଲି, ନେରୁଡିପାଲି, ସୁନାମ ଗୋଲ , କଂଚେରୁ ପେଟା, ଧାଗୁପାଲି, ସିକପାନସା ଓ ବାତେରୁ ଭଳି ଗ୍ରାମ ଗୁଡିକୁ ପାହାଡ଼ ଓ ନଦୀ ନାଳ ଘେରି ରହିଛି। ଏହି ଗ୍ରାମ ଗୁଡିକ ଆନ୍ଧ୍ରପ୍ରଦେଶ ସୀମାନ୍ତକୁ ଲାଗି ରହିଛି !ଏହି ସବୁ ଗ୍ରାମକୁ ଯିବା ପାଇଁ ଆନ୍ଧ୍ରପ୍ରଦେଶ ଦେଇ ଯିବାକୁ ପଡେ। ଚିତ୍ରକୋଣ୍ଡା ଓ କୁଡ଼ୁମୁଲୁଗୁମା ରୁ ଏକ ସ୍ଵାସ୍ଥ୍ୟସେବା ଟିମ ଜୀବନକୁ ବାଜି ଲଗାଇ ନଦୀ ନାଳ ପାର ହୋଇ ପହଞ୍ଚିଥିଲେ ଅପହଞ୍ଚ ଅଞ୍ଚଳ ଲୋକଙ୍କ ପାଖରେ। ଏହି ଟିମରେ ଯାଇଥିବା ଡାକ୍ତର ହର ପ୍ରସାଦ ନାଥ ଶର୍ମା,ଫାର୍ମାସିଷ୍ଟ ସରୋଜ ବୈରାଗୀ , ଦେବ ଦିବାନି ,ସ୍ୱାସ୍ଥ୍ୟ କର୍ମୀ ଶଶାଙ୍କ କର ,ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଣତି ମଣ୍ଡଳ ପ୍ରମୁଖ ବର୍ଷାଦିନରେ ସଂକ୍ରମିତ ରୋଗ, ମେଲେରିୟାରୋଗ, ମସାରି ଟାଙ୍ଗୀ ଶୋଇବା, ପାଣି ଫୁଟାଇ ପିଇବା ଓ ଘରର ଆଖପାଖ ସଫା ସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ।ଥଣ୍ଡା,ଜ୍ୱର,ଚିଙ୍କ,କାଶ ହେଲେ ସ୍ଥାନୀୟ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ନିମନ୍ତେ ପରାମର୍ଶ ଦେଇଥିଲେ।ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ମାସ୍କ ବ୍ୟବହାର,ସାମାଜିକ ଦୁରତ୍ବା,ସାନିଟାଇଜ,ଜନଗହଳି ସ୍ଥାନକୁ ବର୍ଜନ କରିବା ଉପରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଇଥିଲେ ଏହି ସ୍ୱାସ୍ଥ୍ୟସେବା ଟିମ !
Related Stories
November 23, 2024