
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ବରିଷ୍ଠ ସହାୟକ ଶ୍ରୀ କୃଷ୍ଣଚନ୍ଦ୍ର ମହାରଣାଙ୍କ ଅବସର ଗ୍ରହଣ ସମ୍ବନ୍ଧୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା କମିଶନରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟବିତ୍ତ ଅଧିକାରୀଙ୍କ ସମତେ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଶ୍ରୀ କୃଷ୍ଣଚନ୍ଦ୍ର ମହାରଣାଙ୍କ ଅବସରକାଳୀନ ସମୟରେ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଥଲେ। ବୈଠକରେ କମିଶନର ମହୋଦୟ ଘୋଷଣା କରିଥିଲେ ଯେ ପ୍ରତେକ ଅବସର ପ୍ରାପ୍ତ କର୍ମଚାରୀ ଯେପରି ନିୟମିତ ପ୍ରଭିଜନାଲ ପେନସନ ରାଶି ପାଇବେ, ତାହା ନିଶ୍ଚିତ କରାଯିବ। ରିପୋର୍ଟ: ପ୍ରଫୁଲ୍ଲ ସାବତ