

Related Stories
April 21, 2025
ବ୍ରହ୍ମପୁର: ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅରବିନ୍ଦ ନଗର ଦ୍ୱିତୀୟ ଲାଇନ୍ ବାସିନ୍ଦା ଭାସ୍କର ସାହୁ(୬୧)ଙ୍କ ପରଲୋକ ହୋଇଛି । ସେ ଗତ ୩ତାରିଖରୁ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୧୧ତାରିଖ ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବହୁ ଧାର୍ମିକ ଅନୁଷ୍ଠାନ ସହ ଆଶ୍ରମକୁ ସେ ଦାନଧର୍ମ କରୁଥିଲେ ଏବଂ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ନିର୍ମାଣରେ ତାଙ୍କର ପ୍ରତ୍ୟେକ୍ଷ ଅଂଶଗ୍ରହଣ ରହିଛି । ଇସ୍କନ୍ ମନ୍ଦିରର ସେ ଆଜୀବନ ସଦସ୍ୟ ଥିଲେ । ଭାସ୍କର ସାହୁଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ସହ ସେ ଜଡିତ ଥିବା ସଙ୍ଗଠନରେ ଶୋକର ବାତାବରଣ ଖେଳିଯାଇଛି । ତାଙ୍କର ଶେଷ ସମୟରେ ସ୍ତ୍ରୀ ମମତା ସାହୁ, ଦୁଇପୁଅ ସ୍ମୃତିରଞ୍ଜନ ସାହୁ ଓ ସୌମ୍ୟରଞ୍ଜନ ସାହୁ, ବୋହୁ ସ୍ୱାସ୍ତିକା ଓ ପୁଷ୍ପାଞ୍ଜଳି, ଝିଅ ସ୍ମୃତିରେଖା ସାହୁ ଓ ଜ୍ୱାଇଁ ପ୍ରତାପ ସାହୁ, ତିନି ନାତି ଓ ଜଣେ ନାତୁଣି ଉପସ୍ଥିତ ଥିଲେ ।