ବ୍ରହ୍ମପୁର: ଗୁରୁବାର ୨୬୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୫୫ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଗୁରୁବାର ୩୬ବର୍ଷୀୟ, ୭୩ବର୍ଷୀୟ ଓ ୮୨ବର୍ଷୀୟ ୩ଜଣ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୭ରେ ପହଁଚିଛି । ଜିଲ୍ଳାରୁ ଗୁରୁବାର ୨୬୭ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୪ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତ ୨୪୨ଜଣ ରହିଛନ୍ତି । ୨୪ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧, ବିଏମ୍ସିରୁ ୫, ଛତ୍ରପୁର ୧୧, ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୨ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ଜଣଙ୍କ ପୁରୁଷୋତ୍ତମପୁର ବ୍ଲକ୍ର ରହିଛନ୍ତି । ୨୪୨ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଗୁନିଆପଡା ୧୧, ବେଲଗୁଣ୍ଠା ୬, ବିଏମ୍ସି ୨୧, ଭଞ୍ଜନଗର ୫, ବୁଗୁଡା ୮, ଛତ୍ରପୁର ୧୭, ଚିକିଟି ୪୫, ଦିଗପହଣ୍ଡି ୩, ଗଞ୍ଜାମ ୧୮, ହିଞ୍ଜିଳିକାଟୁ ୯, ଜଗନ୍ନାଥପ୍ରସାଦ ୬, କବିସୂର୍ଯ୍ୟନଗର ୧୦, ଖଲ୍ଲିକୋଟ ୧୦, କୁକୁଡାଖଣ୍ଡି ୭, ପାତ୍ରପୁର ୧୨, ପୋଲସରା ୭, ପୁରୁଷୋତ୍ତମପୁର ୬, ରଙ୍ଗେଇଲୁଣ୍ଡା ୨୧, ସାନଖେମୁଣ୍ଡି ୩, ଶେରଗଡ ୧୨, ସୋରଡା ବ୍ଲକ୍ରୁ ଜଣେ ଓ ଅନ୍ୟାନ୍ୟ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୩୮୪୨ରେ ପହଞ୍ôଚଥିବା ବେଳେ ୧୪୭ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୧୮୦୩ରେ ପହଂଚିଛି । ଜିଲ୍ଲାରେ ଏବେ ୧୮୯୨ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 22, 2024