-
ସଂଗୃହୀତ ହେଲା ୧୧୦ ୟୁନିଟ ରକ୍ତ
ଆଜି ପଞ୍ଚମ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଆୟୋଜିତ ହୋଇଯାଇଛି ଏକ ରକ୍ତଦାନ ଶିବିର।
ଏହାକୁ ବାଲେଶ୍ଵର ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଉଦଘାଟନ କରିଥିଲେ। ବିଜୁ ଜନତା ଦଳର ଛାତ୍ରନେତା ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଏହି ରକ୍ତଦାନ ଶିବିରରେ ମୋଟ ୧୧୦ ୟୁନିଟ୍ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରା ଯାଇଥିଲା। ‘ଓଡ଼ିଶା ମୋ ପରିବାର: ଜୀବନବିନ୍ଦୁ’ର ବାଲେଶ୍ବର ଜିଲ୍ଲା ସଂଯୋଜକ ଶାହିରୁଲ ହକ୍, ପୂର୍ବତନ ପୌର ଉପାଧ୍ୟକ୍ଷ ଫକାଲୁ ରାଉତ୍, ଅଗ୍ରଣୀ ବିଜେଡି ନେତା ଶୈଳେନ୍ଦ୍ର ବିନୁ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ବିଜେଡିର ଛାତ୍ର ନେତା ଅଭିଜିତ ବିଶ୍ଵାଳ, ହ୍ରିତିକ ନାୟକ, ବିଶୁ ବେହେରା, ବିବେକ ମହାନ୍ତି, ଶାଶ୍ଵତ ବେହେରା, ଶୁଭ୍ରଜିତ ବେପାରୀ, କାର୍ତ୍ତିକ ହସଦ, ବିକ୍ରମ ପାତ୍ର, ମହେଶ ସେଠୀ, ଜଗନ୍ନାଥ ବେହେରା, ଅଭିଜିତ ଦାସ, ଶୁଭକାନ୍ତ ଦାସ, ରିମା ଯୋଶେଫ୍, ପ୍ରତ୍ୟୁଷ ବିରଜା, କୁମାର ଚିନୁ ପ୍ରମୁଖ ଏହି ମହତ କାର୍ଯ୍ୟରେ ଉପସ୍ଥିତ ରହି ଶିବିର ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।