
ଖବର ପାଇ ଘଟଣା ସ୍ଥଳେ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ପହଂଚି କେଶ ନମ୍ବର 178/20 ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଚଳାଇଛି l ପ୍ରାଥମିକ ତଦନ୍ତ ରୁ ଖବର ମିଳିଛି ଜେ ପ୍ରମୋଦ ଙ୍କ ଘରକୁ କିଛି ବନ୍ଧୁ ଲୋକ ବୁଧବାର ଦିବା ସମୟରେ ଭୁବନେଶ୍ୱର ରୁ ଆସିଥିଲେ l ବର୍ତମାନ ଏହି କରୋନା ମହାମାରୀ ଘଡ଼ିସନ୍ଧି ମୁହୂର୍ତ ରେ କାହିଁକି ବାହାର ଜୀର୍ଲ୍ଲା ରୁ ଗ୍ରାମ କୁ ବନ୍ଧୁ ବାନ୍ଧବୀ ଙ୍କୁ ଘରେ ପ୍ରବେଶ କରାଇଥିବା କୁ ନେଇ ଉକ୍ତ ଗ୍ରାମର ପ୍ରକାଶ ବେହେରା( ପଡୋଶୀ ) ଜଣେ ବ୍ୟକ୍ତି ବିରୋଧ କରି ଗଣ୍ଡଗୋଳ କରିଥିଲେ ମଧ୍ୟ ରାତ୍ର ରେ 12 ରେ ଉଭୟ ଙ୍କ ମଧ୍ୟ୍ୟ ରେ ବଚସା ପରେ ଉଗ୍ର ରୂପ ରେ ପରିଣତ ହୋଇ ଥିଲା ଯାହା ଫଳରେ ପ୍ରମୋଦ, ନନ୍ଦ ସେନାପତି, ଶ୍ୟାମ ଗୌଡ଼ ଙ୍କୁ ସଙ୍ଘବଧ ଆକ୍ରମଣ ର ଶିକାର ହେବାକୁ ପଡିଥିଲା l

ପୋଲିସ ଖବର ପାଇ ପ୍ରଥମେ ଘଟଣା ସ୍ଥଳରୁ ନିଜ ଭେନ ଯୋଗେ ଗୁରୁତର ଆହତ ପ୍ରମୋଦ, ନନ୍ଦ ଶ୍ୟାମ ଙ୍କୁ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଆଣିଥିଲେ l ଶ୍ୟାମ ଅବସ୍ଥା ଅଳ୍ପ ଭଲ ଥିବା ବେଳେ ମେଡିକାଲ ରେ ପ୍ରମୋଦ ଙ୍କ ମୃତ ହୋଇ ଥିଲା ଗୁରୁତର ଥିବା ନନ୍ଦ ସେନାପତି ଙ୍କୁ ଡାକ୍ତର ବ୍ରହ୍ମପୁର ବଡ଼ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l ପୁଅ ଗଣେଶ ବେହେରା ଲିଖିତ ଅଭିଯୋଗ ପ୍ରକାରେ ଅଭିଯୁକ୍ତ ପ୍ରକାଶ ବେହେରା, କାହ୍ନା ବେହେରା ଓ ବୁଗୁଡ଼ା ଥାନା ମାଣିତରା ଗ୍ରାମର ଗଣେଶ ବିଶ୍ୱାଳ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଘଟଣା ସ୍ତଲରୁ ବ୍ୟବହାର ହୋଇଥିବା ଭୁଜାଲି, ଛୁରୀ, ଖଣ୍ଡା ଜବତ ହୋଇଥିବା ଥାନ ପକ୍ଷରୁ ସୂଚନା ମିଳିଛି l
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ