ଭୁବନେଶ୍ୱର: ଆଦିତ୍ୟ ବିର୍ଲା କ୍ୟାପିଟାଲ୍ର ବୀମା ସଂସ୍ଥା ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏବିଏସ୍ଏଲ୍ଆଇ ଆସ୍ୟୁରଡ୍ ଫ୍ଲେକ୍ସି ସେଭିଙ୍ଗସ୍ ପ୍ଲାନ୍ ବିଷୟରେ ଘୋଷଣା କରାଯାଇଛି । ଏହା ସମ୍ପୂର୍ଣ୍ଣ ଗ୍ୟାରେଂଟି ଲାଭ ପ୍ରଦାନ କରୁଥିବା ବେଳେ ପଲିସିଧାରକଙ୍କୁ ଆବଶ୍ୟକ ସମୟରେ ଅସୀମିତ ଉଠାଣର ସୁବିଧା ଦେଉଛି । ବୀମା ବଜାରରେ ପୂର୍ବରୁ ଅସୀମିତ ଉଠାଣ ଦେଖିବାକୁ ମିଳିନଥିଲା, ସେଥିପାଇଁ ଏହି ଉତ୍ପାଦ ସମ୍ପୂର୍ଣ୍ଣ ଭିନ୍ନ ଧରଣ । ଭବିଷ୍ୟତର ଲକ୍ଷ୍ୟ ହାସଲ କରିବା ଲାଗି ଏହା ଗ୍ୟାରେଂଟି ଲାଭ ଦେଉଥିବା ବେଳେ ଅଣ ଯୋଜନାବଦ୍ଧ ଟଙ୍କା ଆବଶ୍ୟକତା କିମ୍ବା ସ୍ୱଳ୍ପ ମିଆଦୀ ଲକ୍ଷ୍ୟ ପୂରଣ କରିବାର ସୁବିଧା ମଧ୍ୟ ଏହା ଦେଉଛି ।
ଏବିଏସଏଲଆଇ ଆସ୍ୟୁରଡ ଫ୍ଲେକ୍ସି ସେଭିଙ୍ଗସ୍ ପ୍ଲାନ୍ ହେଉଛି ଏକ ସମ୍ପୂର୍ଣ୍ଣ ଗ୍ୟାରେଂଟେଡ୍, ନନ୍-ଲିଙ୍କଡ୍ ନନ୍ ପାର୍ଟିସିପେଟିଂ ଜୀବନ ବୀମା ଯୋଜନା । ଏହି ପ୍ଲାନ୍ ୧୦ କିମ୍ବା ୧୨ ବର୍ଷ ପଲିସି ଅବଧି ଶେଷ ହେବା ପର୍ଯ୍ୟନ୍ତ ପଲିସିଧାରକଙ୍କୁ ବାର୍ଷିକ ଆୟ ପ୍ରଦାନ କରିବ । ପ୍ରତିବର୍ଷ ୫% ଆୟ ବୁଷ୍ଟର ଜରିଆରେ ଏହା ସଂଚୟ ବଢ଼ାଇବ । ମାତ୍ର ତାହାକୁ ଉଠାଇ ହେବ ନାହିଁ । ପଲିସି ମାଚ୍ୟୁରିଟି ସମୟରେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମ୍ର ୧୧୦ ପ୍ରତିଶତ ଦିଆଯିବ । ଏହା ଲୟାଲଟି ରାଶି ଯୋଗ କରିବାର ସୁବିଧା ମଧ୍ୟ ଦେଉଛି ।
ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ସନ୍ଲାଇଫ୍ ଇନ୍ସ୍ୟରାନ୍ସର ଏମ୍ଡି ଓ ସିଇଓ କମଳେଶ ରାଓ କହିଛନ୍ତି ଯେ, “ଏହି ଅଭାବନୀୟ ସମୟରେ ଲୋକମାନେ ବିପଦକୁ ନେଇ ଅଧିକ ସଚେତନ ହୋଇପଡ଼ିଥିବା ବେଳେ ସେମାନଙ୍କ ନଗଦ ରାଶି ବ୍ୟବସ୍ଥାରେ ଉନ୍ନତି ଆଣୁଛନ୍ତି । ତେଣୁ ଗ୍ରାହକମାନେ ରକ୍ଷଣଶୀଳ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ଯାହା ସେମାନଙ୍କୁ ସଂଚୟ କରିବା ଏବଂ କଷ୍ଟ ଉପାର୍ଜିତ ରାଶି ବଢ଼ାଇବା ଲାଗି ସୀମିତ ବିକଳ୍ପ ପ୍ରଦାନ କରୁଛି । ଏବିଏସଏଲଆଇ ଫ୍ଲେକ୍ସି ସେଭିଙ୍ଗସ୍ ପ୍ଲାନର ଲକ୍ଷ୍ୟ ହେଉଛି ଦୀର୍ଘମିଆଦୀ ଗ୍ୟାରେଂଟି ରିଟର୍ଣ୍ଣକୁ ନିଶ୍ଚିତ କରିବା ସହ ଦରକାର ସମୟରେ ଉଠାଣ ଓ ନଗଦ ରାଶି ହାସଲ କରିବାର ନମନିୟତାର ସୁବିଧା ପ୍ରଦାନ କରୁଛି । ଗ୍ୟାରେଂଟି ଟିକସ ମୁକ୍ତ ରିଟର୍ଣ୍ଣ ସହିତ ନଗଦ ରାଶି ସୁବିଧା ଏବଂ ଜୀବନ ବୀମା ସୁରକ୍ଷା ଯୋଗୁଁ ଗ୍ରାହକମାନେ ଚିନ୍ତାମୁକ୍ତ ଭାବେ ନିରବଚ୍ଛିନନ ଭାବେ ଆର୍ଥିକ ମାଇଲଖୁଂଟ ହାସଲ କରିପାରିବେ ।’’
ଏହି ପ୍ଲାନ୍ରେ ପ୍ରବେଶ କରିବାର ସର୍ବନିମ୍ନ ଓ ସର୍ବାଧିକ ବୟସ ହେଉଛି ୪ ବର୍ଷ ଏବଂ ୬୦ ବର୍ଷ । ମାଚ୍ୟୁରିଟିର ବୟସ ହେଉଛି ୮୬ ବର୍ଷ । ଏହି ପ୍ଲାନ୍ର ସର୍ବନିମ୍ନ ବାର୍ଷିକ ପ୍ରିମିୟମ୍ ହେଉଛି ୫୦,୦୦୦ ଟଙ୍କା ଏବଂ ଏହାର କୌଣସି ସର୍ବାଧିକ ସୀମା ଧାର୍ଯ୍ୟ କରାଯାଇନାହିଁ ।
Related Stories
November 27, 2024
November 27, 2024