
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ମିଳିଥିବା ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୭୪ ଓ ଗଞ୍ଜାମ ଜିଲ୍ଲାରେ ୨୬୭ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୯ଟି ପଜିଟିଭ କେଶ ରହିଛି। ଏହି ବ୍ଲକ ଅନ୍ତର୍ଗତ ଜିଲୁଣ୍ଡି ରୁ ସର୍ବାଧିକ ୩ଜଣ,ଚାକୁଣ୍ଡା ପଲ୍ଲୀ,କଇଠ ପଲ୍ଲୀ, ବଡ଼ କୋଦଣ୍ଡା ପଲ୍ଲୀ,ବାହାଡ଼ା ପଦର ଏବଂ ବେଣା କୁନ୍ଦା ଗ୍ରାମରୁ ଜଣେ ଲେଖାଏଁ ଓ ଏନ. ଏ. ସି ଅଧୀନ ରଘୁନାଥ ବିହାର ରୁ ଜଣେ ସଂକ୍ରମିତ ବ୍ୟକ୍ତି ଥିବା ଜଣାପଡିଛି।