
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଭୀମପୁର ଶାସନ ଗ୍ରାମରେ ବିଜେ ହୋଇଛନ୍ତି ମାଁ ପୋଲକାଶୁଣି ଦେବୀ।ଏହି ଶାସନ ଗ୍ରାମରେ ପ୍ରାୟ ୧୨୦ ଘର ବ୍ରାମ୍ହଣ ପରିବାର ବସବାସ କରନ୍ତି।ପ୍ରତି ବର୍ଷ ମାଁ ଙ୍କ ଅନେକ ନୀତିନିୟମ ଅନୁସାରେ ଯାତ୍ରା, ପୂଜା,ଅହିଆର ପୋଡ଼ି,ଚୈତ୍ର ମାସରେ ମାଁଙ୍କ ନଗର ପରିକ୍ରମା,ମଙ୍ଗଳବାରିଆ ମଣ୍ଡା ଭୋଗ ଏବଂ ଅଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆରମ୍ଭ ହୋଇ ଶୁକ୍ଳ ଅଷ୍ଟମୀ ପ୍ରଯ୍ୟନ୍ତ ମାଁ ଙ୍କ ଷୋଳପୂଜା ବା ଉପନ ଭୋଗ ଅନୁଷ୍ଠିତ ହୋଇଥାଏ।ପ୍ରଥମେ ବଡ଼ଖେମୁଣ୍ଡି ରାଜା ଏହି ଗ୍ରାମକୁ ୧୬ଜଣ ବ୍ରାମ୍ହଣ ପରିବାରକୁ ଏହି ଗ୍ରାମକୁ ଦାନ କରିଥିଲେ।ସେହି ପ୍ରକାରରେ ସେତେବେଳେ ପ୍ରତ୍ୟେକ ଦିନ ଜଣ ଜଣଙ୍କ ଘରୁ ମାଁଙ୍କ ଲାଗି ଉପନ ଭୋଗ ଉଠାଯାଉଥିଲା।ଘର ଠାରୁ ପୂଜକ ମୁଣ୍ଡରେ ଉପନ ଥାଳି ଧରି ବାଜା ବାଜଣା କରି ମାଁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆସି ମାଁ ଙ୍କ ନିକଟରେ ଭୋଗ ଲାଗି ହୁଏ।ବର୍ତ୍ତମାନ ଘର ବୃଦ୍ଧି ପାଇଥିଲେ ମଧ୍ୟ ସେହି ସମସ୍ତ ପରମ୍ପରା ଓ ନୀତିକାନ୍ତି କରାଯାଉଛି।ଲୋକେ ଉକ୍ତ ଉପନ ଭୋଗ କିଣିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସି ମାଁଙ୍କ ଅପାର କରୁଣା ଲାଭ କରିଥାନ୍ତି।ଏହି ଭୋଗ ସକାଶେ ଆଗରୁ ଅଗ୍ରୀମ କହିବାକୁ ପଡ଼ିଥାଏ।