
-
ବିଗତ ଚାରି ମାସରେ ବାଲେଶ୍ଵର ବିସିଜେଡି ସଂଗ୍ରହ କଲା ୧୦୪୫ ୟୁନିଟ୍ ରକ୍ତ
ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀଜେନା ସମ୍ପ୍ରତି କରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ଯେପରି ରକ୍ତର ଅଭାବ ନହୁଏ ସେଥିପ୍ରତି ଯତ୍ନବାନ ହୋଇ ବିଭିନ୍ନ ରକ୍ତଦାନ ଶିବିର ମାନ ଆୟୋଜନ କରି ବିଗତ ୪ ମାସରେ ସମୁଦାୟ ୧୦୪୫ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ବିଜୁ ଛାତ୍ର ଜନତା ଦଳର ସଭାପତି ସିମନ ଦାସ ମହାପାତ୍ରଙ୍କ ସମେତ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସ, ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ମହମ୍ମଦ ଶାହିରୁଲ ହକ୍, ସମାଜସେବୀ ଶୈଳେନ୍ଦ୍ର ସିଂ ବିନୁ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହାସଚିବ କୁଶାଲ ଚାଟାର୍ଜୀ, ସଦର ସଭାପତି ଭବାନୀ ପଣ୍ଡା, ଉପସଭାପତି ସିମନ ସାମଲ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ସାଧାରଣ ସମ୍ପାଦକ କିରଣ କୁମାର ନାଥ, ସୁଶୀଲ ପଣ୍ଡା, ମନୋରଞ୍ଜନ ମହାରଣା, ବିଶ୍ୱଜିତ ମହାନ୍ତି, ସାଜିଦ କଦ୍ରୀ, ରାହୁଲ ନାୟକ, ସବ୍ୟସାଚୀ ପୃଷ୍ଟି, ଚିନ୍ମୟ ମହାନ୍ତି, ବ୍ରଜରାଜ ଦାସ, ସୁଭମ ନାୟକ, ସୁରଜ ସାହୁ, ଜୀବନ ସଂଗ୍ରାମ ମିଶ୍ର, ଜଗତ ଜୀବନ ମହାନ୍ତି, ନରୋତ୍ତମ ଦାସ, ୱଲାୟତ କାଦ୍ରୀ, ଶେଖ ବୁରହାନ, ଅମର ସାହୁ, ପ୍ରମୁଖ ପରିଚାଳନା କରିଥିଲେ। ଏହି ଶିବିରରୁ ସମୁଦାୟ ୧୧୧ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା।