ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆୟୁଷ ଡାକ୍ତର ମାନଙ୍କ ସହ ପାରାମେଡିକ୍ସ ମାନଙ୍କ ଚାକିରୀ ସ୍ଥାୟୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ |କିନ୍ତୁ ଦୁଃଖର କଥା ପାରାମେଡିକ୍ସ ମାନଙ୍କ ଚାକିରୀ ନିର୍ବାଚନ ପୂର୍ବରୁ ସରକାର ସ୍ଥାୟୀ କରିଦେଲେ ଏବଂ ନିର୍ବାଚନ ପରେ ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ କରିବାର ପ୍ରତିଶୃତି ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୂରଣ କରାଯାଇନାହିଁ |ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ O.P.S.C.ବଦଳରେ ଗୋଟିଏ ଥରରେ ଏହି ଆୟୁଷ ଡାକ୍ତର ମାନଙ୍କ ଚାକିରୀ ସ୍ଥାୟୀ କରିବାକୁ ଏକ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ହୋଇଥଲେ ମଧ୍ୟ ଦୀର୍ଘଦିନ ଧରି ଏହା କାର୍ଯ୍ୟକାରୀ ନହେବାରୁ ପ୍ରବଳ ଅସନ୍ତୋଷ ଦେଖାଦେଇଛି |
ଡାକ୍ତର ସ୍ଵପ୍ନେଶ୍ଵର ପଣ୍ଡା ଙ୍କ ଆଶା ଓ ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ପରି ଜଣେ ସଚ୍ଚୋଟ, ନିଷ୍ଠାପର, ଦୃଢ଼ ମୁଖ୍ୟ ଶାସନ ସଚିବ ବ୍ୟକ୍ତିଗତ ଭାବେ ଏହି ସମସ୍ୟାର ସମାଧାନ ଓ କରୋନା ଯୋଦ୍ଧା ର ମାନ୍ୟତା, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ନିମ୍ନ ବେତନ ପାଉଥିବା ଏହି ଆୟୁଷ ଡାକ୍ତର ମାନଙ୍କର ଅନ୍ୟାନ୍ୟ ରାଜ୍ୟପରି ଅଧିକ ବେତନ ପ୍ରଦାନ ସହ ଚାକିରୀ ସ୍ଥାୟୀ କରି ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି| ଓଡିଶା ଆୟୁର୍ବେଦ ବିକାଶ ପରିଷଦ ସଭାପତି ଡ଼ଃ. ସ୍ଵପ୍ନେଶ୍ଵର ପଣ୍ଡା ଲିଖିତ ଭାବେ ଏହି ଚିଠି ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର ଓଡିଶା ସରକାର ଙ୍କ ଉଦେଶ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି |